STORYMIRROR

Rakesh Sahoo

Abstract

4  

Rakesh Sahoo

Abstract

କୋକୁଆ ଭୟ

କୋକୁଆ ଭୟ

1 min
387


କଣ ଗୋଟିଏ ରୋଗ ଆସିଛି ବୁଝି ହେଉନି 

ଇଚ୍ଛା ଥିଲେ ବି କାହାକୁ କିଛି କହି ହେଉନି

ହଁ କହିଲେ ଶୁଣିବ ବା କିଏ ଶୁଣିଲେ ମାନୁଛି କିଏ 

ଗରିବ ଯାତନା ପାଏ ଧନୀର କଣ ବା ଯାଏ ।। 


ନୀତି ନିୟମ ଅଦ୍ଭୁତ ଏଠି ଶୁଣିଲେ ଲାଗେ କାବା

ବିରାଡ଼ି ଯଦି ବୈଷ୍ଣବ ହେବ ନେତାଏ ହେଲେ ବାବା 

ବଞ୍ଚିବା ନାଁରେ ଖାଇଲୁ ପାହାର ପେଟ କଥା କିଏ ବୁଝିବ 

ରୋଗରେ ମରିବା ଆଗରୁ ଭୋକରେ ମରନ୍ତି ଏଠି କିଏ ଜାଣିବ ।। 


ଋଣ କରି ମୋଟର ଚଲାନ୍ତିି ଫୁଟାଣୀ ତାଙ୍କର କେତେ 

ଭାସିଗଲେ ପଛେ ଯାଉ ଦେଶ କିଏ ପଚାରୁଛି ମୋତେ 

ବିକି ଭାଙ୍ଗି ସବୁ ଖାଇଦେବା ଅଛି ପୈତୃକ ସମ୍ପତ୍ତି ଯେତେ 

ପର ପିଢ଼ି ପାଖେ ଖାଇବାକୁ ନ ଥାଉ ଆମର ଯାଉଛି କେତେ ।।


ଭବିଷ୍ୟତ ହୋଇ ଯାଉ ଅନ୍ଧକାର କଣ ମିଳିବ ମୋତେ 

ନାଁଟି ମୋର ଶିଳା ପରେ ଲେଖା ଥିଲେ ଛାତି ମୋ ଫୁଲି ଉଠେ ସତେ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract