STORYMIRROR

Rakesh Sahoo

Others

4  

Rakesh Sahoo

Others

ଅକୁହା ଯନ୍ତ୍ରଣା

ଅକୁହା ଯନ୍ତ୍ରଣା

1 min
274


ବୟସ ତ ଗଡ଼ି ଗଡ଼ି ଚାଲିଛି

ଜାଣିଛି କିଏ କେତେ ବା ଅଛି

     ସମୟ ଏଠି ପରୀକ୍ଷା ନେଇ ଚାଲିଛି

     ଜିତିବାର ଖୁସି ବାକି ରହିଛି ।।


ମଣିଷ ମନ ତ ଅଟେ ସ୍ୱପ୍ନର ସାଗର

କ୍ଷଣିକ ଖୁସିରେ ଗଢ଼େ ରାଜ ଦରବାର 

      ଯେତେଥର ଗଢୁଥାଏ ରମ୍ୟ ଅଟ୍ଟାଳିକା

      ମାଟିରେ ମିଶେ ସେତ ମାଟିର କଣିକା ।।


ସଭିଙ୍କ ଆଶା ଓ ଆକାଂକ୍ଷା ଦୁର୍ଗ 

ପୂରଣ କରିବା ନାହିଁ ସେ ସୌଭାଗ୍ୟ

      ବଞ୍ଚୁଛି ମଣିଷ ଏମିତି ଦିନ ପରେ ଦିନ

       ରହିବ ସତେ କି ମାନ ସନମାନ ।।


ଧନ ସମ୍ପତ୍ତି ଅଛି ଯା ପାଖରେ

ମଣିଷ ତା ପାଖେ ଗୋଲାମୀ କରେ 

     ଗୁଣ ଥିଲେ ଯେତେ କଣ ସେ ହେବ

     ଦୁନିଆ କହେ ସେଥିରେ କଣ ପେଟ ପୁରିବ ।।



Rate this content
Log in