STORYMIRROR

Rakesh Sahoo

Abstract

3  

Rakesh Sahoo

Abstract

ଶରଧା ନଦୀର ତୀରେ

ଶରଧା ନଦୀର ତୀରେ

1 min
183


କାଲିଆରେ ତୁ ତ ବଡ଼ କପଟିଆ

କେଜାଣି କରୁଛୁ କଣ କିମିଆ

ତୋତେ ଦେଖିବାକୁ କେତେ ଦୂରୁ 

ଦଉଡି ଆସିଲି 

ଦରଶନ ତୋର ଟିକେ ନପାଇଲି 

ଆହା କିଦୋଷ ମୁଁ କରିଥିଲି ।।


ତୋତେ ଦେଖିବାକୁ ପରିଚୟ ପତ୍ର ଦରକାର 

ଏ କି ତୋର ଚାଲିଛି କାରବାର 

ଯାହାଙ୍କ ହାତରେ ଦେଇଛୁ ଶାସନ ଭାର 

ମନ ଇଚ୍ଛା ଶାସନ ଚାଲିଛି ତାଙ୍କର 

ହାତୀ ଏଠି ଗଳି ଯାଉଛି ପିମ୍ପୁଡ଼ି 

ବିଚରା ଧରା ପଡୁଛି ।।


ସତରେ କଣ ତୋର ରଥ ଅଟକିଥିଲା 

ତୁ କେବେ ନେଇଥିଲୁ ଶୂନ୍ୟରୁ ନଡ଼ିଆ 

ଆମ ପାଇଁ ଏସବୁ କାଳ୍ପନିକ 

ଯଦି ଏ କିମ୍ବଦନ୍ତୀ ସତ 

ଭେଦ ଭାବ ଭୁଲି ଦରଶନ କରନ୍ତୁ ସବୁ ଭକତ ।। 


ଧନୀ ତୋତେ ପାଖରୁ ଦେଖିବ 

ଗରିବ ଦୂରରେ ଥାଇ ମୁଣ୍ଡିଆ ମାରିବ

ଏ ଶ୍ରେଣୀ ବିଭାଗ କିଏ ତିଆରି କଲା

ତୁ ବି ତାକୁ ଗ୍ରହଣ କରିନେଲୁ 

ସବୁ ସୁବିଧା ତୋ ପାରିଷଦ ପାଇବେ 

ବାକି ସବୁ କେବଳ ଚୁପ୍ ରହିବେ ।।


ବଦଳାଇ ପାରିବୁ କି ଏଇ ନିୟମ ତୋର 

ବାଣ୍ଟିଦେବୁ ଶରଧା ବାଲି ପରି ସଭିଙ୍କୁ ସମାନ ଭାବରେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract