STORYMIRROR

Santosh Kumar Nayak

Tragedy Action Inspirational

4  

Santosh Kumar Nayak

Tragedy Action Inspirational

ଚିଠି ଆସିଛି

ଚିଠି ଆସିଛି

1 min
24.3K


ଚିଠି ଆସିଛି

ଭାରତ ସୀମାରୁ ଚିଠି ଆସିଛି।

ପୁଅ ଲେଖିଛି, 

ମାଆ କଥା ଭାରି ମନେ ପଡୁଛି ;

ଖାଇଲା ବେଳକୁ କାନ୍ଦିବୁନି ମାଆ

ପୁଅ ତୋର ଏଠି ଭଲରେ ଅଛି।।


ଚିଠି ଆସିଛି

ଭାରତ ସୀମାରୁ ଚିଠି ଆସିଛି।

ସ୍ଵାମୀ ଲେଖିଛି,

ପ୍ରିୟା ତୁମକୁ ମୁଁ ଝୁରି ମରୁଛି;

ଶୋଇଲା ବେଳକୁ ଖୋଜିବନି ମୋତେ

ମୁହିଁ ପରା ଦେଶ ସେବା କରୁଛି।।


ଚିଠି ଆସିଛି

ଭାରତ ସୀମାରୁ ଚିଠି ଆସିଛି।

ଭାଇ ଲେଖିଛି,

ଗେହ୍ଲି ଭଉଣୀ ମୋ କେମିତି ଅଛି?

ରାକ୍ଷୀ ପୁନେଇଁ ରେ ଆସିପାରିବିନି

ଗତ ରାକ୍ଷୀ ହାତେ ଏ ଯାଏଁ ଅଛି।।


ଚିଠି ଆସିଛି

ଭାରତ ସୀମାରୁ ଚିଠି ଆସିଛି।

ବାପା ଲେଖିଛି,

ପୁଅ ପାଠ ପଢା ଠିକ୍ ଚାଲିଛି?

ମନ ଧ୍ୟାନ ଦେଇ ପଢିବୁ ଧନରେ

ତୋ ଉପରେ ମୋର ଭରସା ଅଛି।। 


ଚିଠି ଆସିଛି

ଭାରତ ସୀମାରୁ ଚିଠି ଆସିଛି।

ସାଙ୍ଗ ଲେଖିଛି,

ନୂଆ ବୋହୂ କାହା ଭଳି ଦିଶୁଛି?

ବାହା ଘରକୁ ତୋ ଯାଇ ପାରିଲିନି

ମୋ ପାଇଁ ପାର୍ଟି ଟା ବାକି ରହିଛି।।


ଚିଠି ଆସିଛି

ଭାରତ ସୀମାରୁ ଚିଠି ଆସିଛି।

ବୀର ଲେଖିଛି,

ଦେଶ ପାଇଁ ପ୍ରାଣ ବାଜି ରଖିଛି;

ମାଟି ମାଆ ଲାଗି ଢାଳି ଦେବା ପାଇଁ

ଧମନୀରେ ମୋର ରକ୍ତ ବହୁଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy