Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

4.5  

Kshitish Jena

Abstract Action Inspirational

କୃଷକ ଭାଇ

କୃଷକ ଭାଇ

1 min
431


କୃଷକ ଭାଇରେ କୃଷକ ଭାଇ

ଦେଶର ପ୍ରଗତି ତୋହରି ପାଇଁ ।


ଦେଶ ସେବା ପାଇଁ କରିଛୁ ପଣ

ସୁଝିକି ପାରିବ କିଏ ତୋ ଋଣ  ।


କୃଷି କାମ ଯୋଗୁଁ ନାମ କୃଷକ

ଖାଦ୍ୟ ଯୋଗାଉତୁ ବରଷ ଯାକ ।


ନିଜେ ପିନ୍ଧି ତୁହି ଛିଣ୍ଡା ବସନ

ବଢ଼ାଉରେ ତୁହି ଦେଶର ମାନ ।


ରାତି ନପାହୁଣୁ ତୁ ଉଠିଥାଉ

ଖତ ନେଇ ତୁହି ଶଗଡ଼େ ଯାଉ ।


ନିଜେ ସହି ଖରା, ବରଷା, ଶୀତ

ବିଲେ ହଳ କରୁ ଗାଇତୁ ଗୀତ ।


ସତେକି ତୋ ଦେହ ଅଟେ ପାଷାଣ

ଠେକା,ବାଡ଼ି,ହଳ ତୋର ଭୂଷଣ ।


ମାଟିର ମଣିଷ ତୁହିରେ ଅଟୁ

ମାଟି ସହ ମାଟି ହୋଇ ତୁ ଖଟୁ ।


ମାଟିରୁ ତୁହିରେ ଫଳାଉ ସୁନା

ତୋ ଲାଗି ଉଡ଼େରେ ଏ ଦେଶେ ବାନା ।


ଯାଦୁଗର କେହି ତୋ ପରି ନାହିଁ

ତୋ ମନ୍ତ୍ରେ ହସଇ ଟାଙ୍ଗରା ଭୂଇଁ ।


ତୋ ପରଶେ ଧରା ହୁଏ ଶ୍ୟାମଳା

କ୍ଷିତିକୁ ପିନ୍ଧାଉ ଶସ୍ୟର ମାଳା ।


ଦେଶବାସୀଙ୍କୁ ତୁ ଦଉ ଆହାର

ତୋ ଘର ସତେକି କୁବେର ପୁର ।


ଦୀପ ପରି ତୁହି ଜଳୁରେ ସଦା

ଦୂରେଇ ଦଉତୁ ଦେଶରୁ କ୍ଷୁଧା ।


କୃଷକ ଭାଇରେ କୃଷକ ଭାଇ

ତୋ ଭଳି ବନ୍ଧୁ ଏ ମହୀରେ ନାହିଁ ।


କରେନା କେହିରେ ତୋପରି ପୂଣ୍ୟ

ଧନ୍ୟ ତୋ ଜୀବନ ଜୟ କିଷାନ୍ ।


Rate this content
Log in

Similar oriya poem from Abstract