STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ବାପା ରାଗିଲେ ନିଆଁ

ବାପା ରାଗିଲେ ନିଆଁ

1 min
359

ବାପା ରାଗିଲେ ନିଆଁ

କିନ୍ତୁ ମାରନ୍ତିନି କେବେ ଜମା

ଗାଜି ଧମକାଇ ମୋତେ 

ଅନ୍ଧାର କରି ଦିଅନ୍ତି ମୋ ଦୁନିଆଁ,

ଏତେ ରାଗ ଦେଖି ତାଙ୍କର

ମୁଁ ହୋଇଯାଏଁ ଭାରି ଛାନିଆଁ।


କୁହନ୍ତି ଛାଡ଼ିବାକୁ ମୋ ଦୁଷ୍ଟାମି

ଜିଦି ଆଉ ଅଝଟପଣିଆଁ,

ଡରି ମରି ହଠାତ୍ ହୁଏ ଶାନ୍ତ

ନମ୍ର ବିନୟ ଭାବରେ ଯାଇ

ବାପାଙ୍କୁ କହେ କଥା ମନଛୁଆଁ।


ବାପା ବି ତରଳି ଯାନ୍ତି ବରଫ ଭଳି

ଶୁଣି ମୋର ସବୁ ଚିକ୍କଣ କଥା,

ବୁଝାଇ କୁହନ୍ତି ବହୁତ ଗେଲରେ

କାହିଁକି କରୁ ଏମିତି ସବୁ ଅଯଥା ।


ମୁଁ ଛେପ ଘିଟି ଥଙ୍ଗମଙ୍ଗ ହୋଇ

କହି ପାରେନା ସେମିତି କିଛି,

ଖେଳୁଖେଳୁ ଏଇଟା ସେଇଟା 

ହାତରେ ଧରୁ ଧରୁ ହୁଏ ଅଡ଼ୁଆ

ପାରେନା ମୁଁ ଭଲ ଖରାପ ବାଛି।


କୁହନ୍ତି ବାପା ମନ ଲଗାଇ ପଢ଼

ପାଠରେ ସବୁ ତ ଅଛି ଜ୍ଞାନ

ବୁଝିଲେ ପାରିବୁ ସହଜେ ଜାଣି,

ବୁଦ୍ଧି ଆସିବ ବିଚାରଧାରା ବଦଳିବ

ହେବୁରେ ତୁ ଜ୍ଞାନୀ ମାନୀ ଗୁଣୀ।


ଭଲ କଥାକୁ ଭଲରେ ଶୁଣି

କରେ ଯିଏ ସେ ଭଲ ଭଲ କାମ,

ଭଲ ମଣିଷଟିଏ ହୋଇ ସିଏ

ସାରା ସଂସାରରେ ପାଏ ସୁନାମ।


ବାପା ରାଗିଲେ ସିନା ନିଆଁ

ହେଲେ ସେ ନିଆଁ ଭିତରେ ଥାଏ

ବାପାଙ୍କର ଆଦର ସରାଗ,

ଭବିଷ୍ୟତର ବାଟଟିଏ ଦେଖାଇ 

କୁହନ୍ତି ସେ ସବୁ ଦୁଷ୍ଟାମି ଛାଡ଼ ଆଗ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action