STORYMIRROR

Chittaranjan Nanda

Abstract Action Others

4  

Chittaranjan Nanda

Abstract Action Others

ଛାଡିବା ପଶୁତ୍ୱର ବେଶ

ଛାଡିବା ପଶୁତ୍ୱର ବେଶ

1 min
318


କହୁଛେ ଚାଲ ଫେରି ଯିବା ଅତୀତକୁ,ଥରେ 

ସମୟ କଟିଲେ ଫେରି ଆସିଵକି   

ଗ୍ରାମେ ଗାଇ ଗୋରୁ ସହିତ ଗାଈଆଳ ବାହୁଡି଼ବା 

ଆଉ ଜନପଦେ ଆମେ ଦେଖୁଛେକି ।୧।


ଥିଲା ଆମର ସ୍ୱାଭିମାନ, ଘରେ ଅଭାବ ରହିଛି, 

ରହିଯିବୁ ପଛେ ଆମେ ଉପାସ 

ଅଛି କି ତାହା, ଦୁଇ ଟଂକିଆ ଚାଉଳ ମାରି ଦେଲା

ଆମ ମାନ, କରି ଚାଲିଛୁ ଖାଲି ସାଲିସ ।୨।


ଘରେ ଛାମୁଣ୍ଡିଆ କରି, ବିବାହ ବେଦୀରେ କଦଳୀ 

ଗଛ ଆମ ଶୁଭ ମନାସୁ ଥିଲା

ଅଡ଼ୁଆ ଲାଗିଲା, ମଣ୍ଡପରେ ବିବାହ ଡିସ୍କୋ ଲାଇଟ

ଲିଚୁ ଓ ପ୍ଲାଷ୍ଟିକ ଫୁଲରେ ସାଜିଲା ।୩।


ଯିଏ କହୁଛି ଏବେ ସତ୍ଯ ଓ ସେବାର ପୂଜାରୀ ଓ

ଅନିଷ୍ଟ କରେନା କାହାର 

ନାହିଁ ମଣିଷ ପଣିଆ ଦୟା କ୍ଷମା ଶାନ୍ତି, ସ୍ଵାର୍ଥପରତା 

ପୁରି ରହିଛି ମନେ ତାହାର ।୪।


ନଥିଲା ପର ଆପଣାର ଅସୂୟା ଭାବ, ସର୍ବେ ଆମେ 

ମଣିଷ ଭାଇ ବନ୍ଧୁ ଭଳିଆ

ବିସ୍ମରି ବିଗତର ସ୍ମୃତି, ଧର୍ମ ଜାତି ଭେଦ ଭାବରେ,

ବିବଶ ହୃଦୟରେ ହୋଇଛେ ଠିଆ ।୫।


ପୁଂଜିର ପ୍ରଭାବେ ଵାଟ ହୁଡିଛେ, ହରାଇଛେ ତ 

ମଣିଷ ପଣିଆ ଆଜି 

ମନର ଉମଙ୍ଗେ ବକ୍ର ଚାହାଣୀ, ବିଦଗ୍ଧ ବେଦନା 

କରେ ଅସ୍ତବ୍ୟସ୍ତ ପଶୁତ୍ୱର ବେଶ ସାଜି ।୬।


ନଥିଲା ବିଷାଦ, ଅଳ୍ପରେ ସନ୍ତୁଷ୍ଟ, ସର୍ଵେ ଆନନ୍ଦେ 

ବନ୍ଧା ହୋଇଥିଲେ ସ୍ନେହର ଫାଶରେ 

ମନ ଦେଖୁଛି ସପନ ସାମ୍ରାଜ୍ୟ ଆଧିପତ୍ୟର, ଶାନ୍ତ ମନ

ଲୁଚିଛି ସମୟର ଚକା ଭଉଁରୀରେ ।୭।

   

ମୁଖେ ଗୋପବନ୍ଧୁଙ୍କ ଆଦର୍ଶ, ମନ କିନ୍ତୁ ମୋର 

ସମକକ୍ଷ ହେଵ ଯେଉଁ ଲୋକ,

 ଵାନ୍ଧିବି ସମ୍ପର୍କ ଡୋର

ଆଜିର କଷ୍ଟରୁ ଶିକ୍ଷା ପାଇ, ପୁଂଜିର ପ୍ରଭାବେ 

ସ୍ୱାର୍ଥପରତାକୁ ଦେବା ପାଶୋରି, 

ଅନୁଗାମୀ ହେବା ସତ୍ଯ ଓ ସେବାର ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract