STORYMIRROR

Sabita Nayak

Inspirational

4  

Sabita Nayak

Inspirational

ପ୍ରତ୍ୟାଶା

ପ୍ରତ୍ୟାଶା

1 min
208

କର୍ମ କର ବନ୍ଧୁ ନିଃସ୍ୱାର୍ଥପର ହୋଇ

ଆଶା ରଖ ନାହିଁ କ୍ଷଣେ

ବୃକ୍ଷ ସିନା ଦିଏ ଫୁଲ ଫଳ ଛାୟା

ପ୍ରତ୍ୟାଶା କି ରଖେ ମନେ।


ସୂରୁଜ କରନ୍ତି ତମସାର ନାଶ

ପୂରୁବ ଦିଗରୁ ଉଇଁ

ଚନ୍ଦ୍ରମା ଢାଳନ୍ତି ଶୀତଳ ସ୍ନିଗ୍ଧ ଜୋସ୍ନା

ଜଗତେ ସଭିଙ୍କ ପାଇିଁ।


ଧରଣୀ ସହଇ କେତେ କେତେ ଭାର

ଛାତିକୁ ପଥର କରି

ନଦୀ ବୃକ୍ଷ କେତେ ପାହାଡ ପର୍ବତ

ଆମ ପାଇଁ ଖଞ୍ଜି କରି।


କେବେ କି ମନରେ ପ୍ରତ୍ୟାଶା ରଖନ୍ତି 

ଜଗତେ ମହତ ଜନ

ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ

ପରହିତେ ସଦା ମନ।


ଅନ୍ୟ ପାଇଁ ନିତି ଜଳୁଥିବି ପ୍ରଭୁ

କ୍ଷୁଦ୍ର ବତୀଟିଏ ହୋଇ

କେବେ ହେଁ ପ୍ରତ୍ୟାଶା ନରହୁ ମୋ ମନେ

ପରହିତେ ଥିବି ରହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational