Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Inspirational

4  

Alekha Pasad Moharana

Inspirational

ମରଣର ପରାଜୟ

ମରଣର ପରାଜୟ

1 min
227



କୋଲପ ପଡିଛି ସାରା ଭାରତରେ

କୋରନା ଭୁତାଣୁ ପାଇଁ

ସର୍ବେ ଆତଙ୍କିତ ବଂଚିବା ଦାୟରେ

ଚିତ୍କାରନ୍ତି ତ୍ରାହି ତ୍ରାହି (୧)

ଶୂନ୍ୟତା ଭରିଛି ବିଶ୍ୱ ଦରବାରେ

ଜୀବନ ପଡିଛି ଫିକା

ଦୂରତା ନରଖି ଚଳିଲେ ମାନବ

ବଂଚିବା ବଢିବା ଫାଙ୍କା(୨)

ମୃତ୍ୟୁ ଅଧିଶ୍ବର ସଦା ତତପର

ଆଦେଶନ୍ତି ଯମ ଦୂତ

ଯାଅ ଦୂତଗଣ ଅତି ତତକ୍ଷଣ

ଭ୍ରମିଵ ସାରା ମରତ(୩)

ଯେଉଁଠି ଦେଖିବ ଧରାବାସୀଗଣ

ଅସଦଚାରରେ ଲିପ୍ତ

ଅନୁଶାସନର ଧାର ଧାରନ୍ତିନି

ଆତ୍ମ ସ୍ୱର୍ଥେ ହୋଇ ରତ (୪)

ନକରିଣ ଦୀର୍ଘ ବାନ୍ଧିଆଣି ଶୀଘ୍ର

ଫିଙ୍ଗିଦେଵ ଯମାଳୟେ

ନରକ ଯାତନା କଷ୍ଟ ବିଡମ୍ବନା

ଭୁଞ୍ଜଇବ କର୍ମ ମୋହେ (୫)

ମାନବ ଜୀବନ ଲଭିଣ ମରତେ

ଅପକର୍ମେ ସଦା ଲିପ୍ତ

ଧରମ ନିୟମ ଉଲଂଘନ୍ତି ସଦା

ଅସତ୍ୟେ ହୁଅନ୍ତି ରତ (୬)

ସମାଜ ସଂସ୍କୃତି ନୀତି କାନ୍ତି ରୀତି

ଭୁଲନ୍ତି ମାୟାରେ ପଡି

ଚରିତ୍ର ଚଳଣି ଆଦର୍ଶଙ୍କ ବାଣୀ

ଭ୍ରମରେ ଯାଆନ୍ତି ହୁଡ଼ି (୭)

ବେଳ ଥାଉ ବଂଧ ବାନ୍ଧରେ ମନୁଆ

ସମୟ ଦେଲାଣି ଡାକ

ସତ୍ୟ ଧର୍ମ ନ୍ୟାୟ ପାଳିଲେ ଜୀବନେ

କେବେ ବୁଡିବନି ଭେକ (୭)

ପୀୟୂଷ ଝରିବ ସରଗ ଧାମରୁ

ଦେବା ଦେବୀ ହେବେ ପ୍ରୀତ

ଦିବ୍ୟ ସନ୍ଧାନ ମିଳିବରେ ନିଶ୍ଚେ

ଜରା ବ୍ୟାଧି ହେବ ଲୁପ୍ତ (୮)

ଅନେକ ଭୁତାଣୁ ହୋଇଯିବେ ସ୍ଥାଣୁ

ନଥିବ କରୋନା ଭୟ

ରୋଗକୁ ଏଡାଇ ଚାଲିବୁରେ ତୁହି

ମରଣର ପରାଜୟ।



Rate this content
Log in

Similar oriya poem from Inspirational