STORYMIRROR

Pratap Kumar Panda

Inspirational

4  

Pratap Kumar Panda

Inspirational

ଶ୍ରେଷ୍ଠତାର ନିଦର୍ଶନ

ଶ୍ରେଷ୍ଠତାର ନିଦର୍ଶନ

1 min
284

ହିମାଳୟ ସମ ସମ୍ପର୍କର ସେତୁ 

             ଅକ୍ଷୁର୍ଣ୍ଣ ଅମର ସିଏ ,

ପତିପତ୍ନୀ ରୂପେ ପରିବାର ପାଇଁ

             ଅମୃତ ବଳୟ ଟିଏ ।


ନାରୀ ଅଟେ ପରା ମଧୁରତା ଭରା

              ଶ୍ରେଷ୍ଠତାର ନିଦର୍ଶନ,

ସୁନ୍ଦର ସମାଜ ତା ପାଇଁ ସମ୍ଭବ

            ଚାହେଁନି ସେ ପ୍ରତିଦାନ ।


ସେ ନୁହେଁ ପଥର ପୋଖରୀ ତୁଠର

             ଗୋଡ଼ ଘସି ଚାଲିଯିବୁ,

ନିଷ୍ପାପ ମନକୁ ଉପହାସ କରି

            ଲୁହରେ ଭିଜେଇ ଦେବୁ।


ତୋ ଘର ଅଗଣା ଏକା ତା ଠିକଣା

              ସତେଜ ତୁଳସୀ ବାସ,

ଦ୍ବାର ଦେଶେ ସିଏ ପୂର୍ଣ୍ଣ କୁମ୍ଭ ସମ

             ଅପରୂପ ପତ୍ନୀ ବେଶ ।


ସବୁଠୁ ସୁନ୍ଦର ଘର ପରିବାର

            ସର୍ବମୂଳେ ସ୍ବାମୀ ତାର,

ଅତି ମୂଲ୍ୟବାନ ତା ମଥା ସିନ୍ଦୂର

             ଧନ ରତ୍ନ ଅଟେ ଛାର ।


ସାବିତ୍ରୀର ବ୍ରତ ନୁହେଁ ଏକମାତ୍ର

             ବିଧି ମତେ ପୂଜା ପାଇଁ,

ବିଶ୍ବାସ ଟିକିଏ ସାଉଁଟିବା ଲକ୍ଷ୍ୟେ

             ରହିଛି ପରା ସେ ଚାହିଁ।


ମତ ମତାନ୍ତର ମଣିଷ ମନର

              ସ୍ବଭାବଟା ସାଧାରଣ,

ସେଥିପାଇଁ କିନ୍ତୁ ଅଲଗା ହୁଅନ୍ତି

            ନର ନାରୀ କେତେଜଣ।


ପରିବାର ଶାନ୍ତି କବିତାର ପଙ୍କ୍ତି

              କବି ପରା ପତିପତ୍ନୀ,

ସୁନ୍ଦର ଲାଗଇ ଲେଖିତ ପାରିଲେ

              ଜଣେ ଅପରକୁ ଚିହ୍ନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational