STORYMIRROR

Pratap Kumar Panda

Inspirational

4  

Pratap Kumar Panda

Inspirational

ମୁକ୍ତିପଥ

ମୁକ୍ତିପଥ

1 min
566

ମଣିଷର ନୀତି ଆଉ ତା ପ୍ରବୃତ୍ତି ବେଳେ ବେଳେ ବହୁରୂପୀ 

ଶରୀର ନିରୀହ ମନ ଗନ୍ଧବାହ ଚାହୁଁ ଚାହୁଁ ଯାଏ ବ୍ୟାପି

ମହା ମହା ଋଷି, ଚକ୍ରବ୍ୟୁହେ ପଶି ହୋଇଥାନ୍ତି ହନ୍ତସନ୍ତ

ବିବେକଟା ଛାଏଁ ବନ୍ଧା ପଡିଯାଏ ଭୁଲନ୍ତି କ୍ଷଣକେ ବ୍ରତ ।।


ମରୀଚିକା ମୟ ମିଛର ସଂସାରେ 'ମୁଁ' ମନ୍ତ୍ର ମାୟାରେ ପଡି

ବୁଦ୍ଧି ଜ୍ଞାନ ହୀନ ଶରୀର ମୋହରେ ଗୋଡ ହାତ ଯାଏ ଛିଡି

ସ୍ବାର୍ଥ ପାଇଁ ଅର୍ଥ ହୁଏତ ସର୍ବସ୍ବ ଅବାଟରେ ଯାଏ ମନ

ଜୀବନର ଅର୍ଥ ହୋଇଯାଏ ବ୍ୟର୍ଥ କଟିଯାଏ ଖାଲି ଦିନ ।।


ଘୁରି ଗଲେ ଚକ ସେ ସୁଖ କ୍ଷଣିକ , ବଞ୍ଚିବାଟା ଦୁର୍ବିସହ

ଅର୍ଜି ଥିବା ପୁଞ୍ଜି, ଯାଇଥାଏ ହଜି ଦୁଃଖ ମିଳେ ଅହରହ

ସେମିତି ଜୀବନ ମୁର୍ଦ୍ଦାର ସମାନ ହୋଇଥାଏ ମୂଲ୍ୟହୀନ

ପୋଥି ରେ ଲିଖିତ ନୁହେଁ ସେ ଅସତ୍ୟ ପଢି ପାଅ ଦିବ୍ୟଜ୍ଞାନ ।।


ମନକୁ ଆୟତ୍ତ, କରିବା ନିମିତ୍ତ ପ୍ରଭୁଙ୍କ ଶରଣେ ଯାଅ

ତାଙ୍କ କୃପା ବଳେ, ମୁକ୍ତି ଏକା ମିଳେ ଆପଣେଇ ତାକୁ ନିଅ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational