Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Panda

Inspirational

4  

Pratap Panda

Inspirational

ମଞ୍ଜୁଳ ବସନ୍ତ

ମଞ୍ଜୁଳ ବସନ୍ତ

1 min
325


ମଧୁର ମଧୁର ମଳୟରେ ମୁଗ୍ଧ 

ମନୋରମ ମହା ମହୀ

ମଞ୍ଜୁଳ ବସନ୍ତେ ଚୂତ ବୃକ୍ଷ ବୃନ୍ତେ 

ମହକେ ବଉଳ ତହିଁ ।


ମୁରୁକି ମୁରୁକି ହସେ ପରଭୃତ

ମନୋଜ୍ଞ ତା ମଧୁସ୍ବର

ମୂର୍ଚ୍ଛନାରୁ ତାର ଝରି ପଡୁଥାଏ 

ମଞ୍ଜୁ ରଙ୍ଗର ସମ୍ଭାର ।


ମହକେ ବିଭୋର ବିତରେ ମଧୁପ

ମଧୁକାଳେ ପ୍ରିତୀ ରସ

ମର୍ମେ ମର୍ମେ ଜାଗେ ମର୍ମର ଜୀବନେ

ମନୋହର ଫଗୁ ବେଶ ।


ମଳିନ ମନରେ ମାଖିଦିଏ ରଙ୍ଗ

ମିଳନର ପର୍ବ ସେହି

ମାନବକୁ ଦିଏ ଏକତାର ବାର୍ତ୍ତା 

ମନ୍ତ୍ରଦାତା ହୋଲି ହୋଇ।


ମୋହନ ରାଈର ମେଲଣେ ମଉଜେ

ମୁଖରିତ ହେଲେ ଧରା

ମୈତ୍ରୀ ଭାତୃଭାବ ଉଜ୍ଜୀବିତ ହୋଇ

ମନ ହୁଏ ଆତ୍ମହରା ।


ମାଆ ଓ ମାଟିର ଖୁସି ଉଲ୍ଲାସର 

ମମତାରେ ବୋଳା ହୋଲି,

ମହାମିଳନର ମହନୀୟ ଯଜ୍ଞ

ମୁଠା ମୁଠା ହସ ଖାଲି ।


Rate this content
Log in

Similar oriya poem from Inspirational