STORYMIRROR

Abhilipsa Behera

Classics Fantasy Inspirational

4  

Abhilipsa Behera

Classics Fantasy Inspirational

ଛାଇ

ଛାଇ

2 mins
16

ବସିଥିଲି ମୁଁ ମୋ ଭାବନା ରାଜ୍ୟ ରେ ଭାବୁକ ବେଶ ରେ 

ଆଖି ପଡ଼ିଗଲା ମୋର ଏକ କୃଷ୍ଣ ରଙ୍ଗ ର ଛବି ରେ ।

ମୋ ପରି ଥିଲା ଗଠନ ଯେ ତାର 

ତାକୁ ଦେଖି ହେଇଗଲି ମୁଁ ଅତି ଆତୁର ।

ହାତ ରେ ଥିଲା ଯେ ମୋର ହାତ ପଙ୍ଖା 

ସେ ମଧ୍ୟ ଧରିଥିଲା ସେଥି ରେ ନାହିଁ ନିଶଙ୍କା।

ମୋ ପାଦ ସହ ତା ପାଦ ମିଶୁଥିବା ଦେଖି ମୁଁ ହୋଇଲି ଆଶ୍ଚର୍ଯ୍ୟ

ଭାବୁଥିଲି ତା ଉଦ୍ଦେଶ୍ୟ ପଛରେ କଣ ଅଛି ତାତ୍ପର୍ଯ୍ୟ ।

ଦିଶୁ ନଥିଲା ତାର ନେତ୍ର ଦୁଇ 

କିନ୍ତୁ ପାଖେ ଥିଲା ସେ ମୋର ସାଥି ହୋଇ ।

ରାତି ର ଅନ୍ଧକାର ରେ ଯେବେ ଡିବିରି ଆଲୁଅ ରେ ବସେ

ଏକ ବିରାଟ ପ୍ରତିଛବି ହୋଇ ସେ ବସେ ଆସି ମୋ ପାଶେ ।

ଅଧା ଭଙ୍ଗା କବାଟ ମୁଁ ଖୋଲିଲା ବେଳରେ 

ସେ ବି କବାଟ ରେ ହାତ ମାରେ ଅତି କୌଶଳରେ ।

ଗାଁ ଦାଣ୍ଡ ର ସେ ଆଲୁଅ ରେ ଚାଲିଲା ବେଳେ 

ସେ ମଧ୍ୟ ଚାଲେ ମୋ ତାଳେ ତାଳେ ।

ଝାଟି ମାଟି କାନ୍ଥ ରେ ଯେ ମୁଁ ମୋ ହାତ ରଖଇ 

କାନ୍ଥ ଭିତରୁ ଯେମିତି ସେ ମୋ ହାତ ଧରଇ।

ଆଲୁଅ ରେ ଚାଲିଥାଏ ସାଥୀ ହୋଇ ମୋର

ଅନ୍ଧକାର ଆସିଲେ ଚାଲିଯାଏ ବହୁ ଦୂର ।

ଆଜି ର ଏ ଦୁନିଆ ବି ଅନ୍ଧକାର ରେ ଛାଡ଼ି ଦିଏ ହାତ 

ଆବଶ୍ୟକ ବିନା ଆଲୁଅ ରେ ହୁଅଇ ପ୍ରକଟ ।

ମିଛ ୟେ ଦୁନିଆ ରେ କେହି ନୁହେଁ ନିଜର 

ଆବଶ୍ୟକ କାଳେ କେହି ନ ଥିବେ ସମୀପେ ତୁମର ।

ଏକା ରହିବା ଶିଖିନ ତ ଶିଖି ଯାଅ

ନହେଲେ ସରିବନି ଆଖି ରୁ ଯେ ଅଗାଧ ଲୁହ ।

ଯେବେ ନିଜ ଛାଇ ଦିଅନି ସାଥି ଆମର 

ୟେ ସାମଜ କଣ ଛିଡ଼ା ହବ ସାଥି ରେ ଆମର ।

ସ୍ୱାର୍ଥପରତା ର ବର୍ଷା ରେ ଉଦା ଜଗତ 

ସ୍ୱାର୍ଥପରତା ରୁ ହେଇ ପାରିବେନି ମୁକ୍ତ ।

ନିଜ ପଥ ନିଜେ ଦେଖି ଅଗ୍ରସର ହୁଏ 

ଏକା ତୁମେ ଯିବ ତୁମ ପର ଛାଇ ନୁହଁ ।

ଛାଇ ନୁହଁ ଭାଇ ନୁହେଁ କେହି ନୁହେଁ ତୁମର

ୟେ ଦୁନିଆ ବଡ଼ ବିଚିତ୍ର ଆଉ ସ୍ୱାର୍ଥପର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics