STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

(ନୀଳଶୈଳ) ରଜନୀକାନ୍ତ ଚୌଧୁରୀ

(ନୀଳଶୈଳ) ରଜନୀକାନ୍ତ ଚୌଧୁରୀ

1 min
185

ଆହେ ନୀଳଶୈଳ ଶୁଣ ହେ ଆରତ 
ହୃଦୟର କରୁଣ କୋହ,
ଇଚ୍ଛା ନାହିଁ ଆଉ ବଞ୍ଚିବାକୁ ମୋର 
କଣ କରିବି ତୁମେ କୁହ,।।
ଆହେ ଚକାଆଖି ଶୁଣ ଗୁହାରୀ 
ମଣିଷ ଜନମ କାହାଣୀ,
ପାପ ପୁଣ୍ୟର କର ଯେ ଫଇସଲା 
ବୁଝି ଯାଏ ଦେଖି ଚାହାଣୀ,।।
ଆହେ ଦାରୁଦେବ ଶୁଣ ହେ ପ୍ରାର୍ଥନା 
ପୂଜିବି ତୁମକୁ କେମନ୍ତ,
ହାତ ଗୋଡ ସବୁ ଅଚଳ ହୋଇଲା 
ନୀଳାଚଳ ବାସି ସାମନ୍ତ,।।
ଆହେ କଳାହାତୀ ଶୁଣ ହେ ବିନତୀ 
ଧନ ଜନ ସବୁ ଯେ ତୁଛ,
ଦିଅ ହେ ଶରଣ ତୁମରି ପାଦରେ 
ଥାଏ ମଥାକୁ କରି ଉଚ୍ଚ,।।
ଆହେ ଦେବ ଦେବ କରୁଛି ଆଳତୀ 
ବଳିତା କର୍ପୁର ଦେଇକି,
ପତିତ ଜନଙ୍କ ସଙ୍କଟ ଟଳିବ 
ତୁମ ପାଦେ ମଥା ଥୋଇକି,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational