STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

(ମୁକ୍ତି) ରଜନୀକାନ୍ତ ଚୌଧୁରୀ

(ମୁକ୍ତି) ରଜନୀକାନ୍ତ ଚୌଧୁରୀ

1 min
403

ଜଗନ୍ନାଥ ତୁମେ ଜାଣି କି ଶୋଇଛ 
ଅନ୍ୟାୟ ଅନିତି ପାଇଁ,
କେତେଦିନ ଆଉ ଚେଇଁ ଶୋଇଥିବ
ଦୟା ଭାବ ଟିକେ ନାହିଁ,।।
ଧରମ କରମ ଚୂଲିକି ଗଲାଣି 
ବିବେକ ଯାଇଛି ଲୁଚି,
ପୁରୁଣା ସମ୍ପର୍କ ଉଜୁଡ଼ି ଯାଇଛି 
ମଣିଷ ଆଉ କି ଅଛି,।।
ଜଗନ୍ନାଥ ତୁମେ ସବୁତ ଦେଖୁଛ 
କିଛି ତ କହୁନ କାହିଁ,
ବଡ଼ଦାଣ୍ଡେ ତୁମ ଠିଆ ହୋଇଅଛି 
କିଛିତ ମାଗିବି ନାହିଁ,।।
ଭକ୍ତ ସାଲବେଗ ଦାସିଆ ବାଉରୀ 
ଭକତ ତୁମର ସେହି,
ଆନନ୍ଦରେ ତୁମେ ବାହୁ ଯେ ମେଲାଇ 
ଡାକି ନିଅ କରି ଭାଇ,।।
କୋଟି ପୁଣ୍ୟବଳେ ତୁମକୁ ଦେଖୁଛି 
ଆନନ୍ଦ ଅଶ୍ରୁ ଗଡ଼ାଇ,
ମୁକ୍ତି ଦେଇଦିଅ କଷ୍ଟ ମୁଁ ନପାଏ 
ରହିବି ସରଗେ ଯାଇ,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational