ସଂଗ୍ରାମୀ କବି ବାଞ୍ଛାନିଧି
ସଂଗ୍ରାମୀ କବି ବାଞ୍ଛାନିଧି
ସଂଗ୍ରାମୀ କବି ବାଞ୍ଛାନିଧି
==============
ଧନ୍ୟ ଧନ୍ୟ ତୁମେ ଉତ୍କଳ ବିପ୍ଳବୀ l
ବୁହାଇଲ ଦେଶେ ବିପ୍ଳବ ଜାହ୍ନବୀ ll
ଚାରଣ ତୁମ୍ଭେ ହେ ବାରଣ ନଥାଇ l
ପଲ୍ଲୀ ଗ୍ରାମ ବୁଲୁଥିଲ ଗୀତ ଗାଇ ll
ସଂଗ୍ରାମୀ ତୁମର ସଂଗ୍ରାମ ନିଆରା l
ଗୀତରେ ତୁମର ସଂଗ୍ରାମ ଡକରା ll
ଉଦ୍ଦାମ ସଂଗୀତ ଛନ୍ଦା ଛନ୍ଦି ଗୀତି l
ଗୀତରେ ରକତ, ଟକ ମକ ଫୁଟି ll
ହାରମାନି ଖଣ୍ଡେ କାନ୍ଧରେ ପକାଇ l
ଗ୍ରାମେ ବୁଲୁଥିଲ ଫନ୍ଦାଗୀତ ଗାଇ ll
ଗୀତେ ତୁମ୍ଭ ସବୁ ଉଠୁଥିଲେ ମାତି l
ସାକ୍ଷୀ ଯାର ଅଟେ ଈରମର ମାଟି ll
ସଂଗ୍ରାମୀ ଡାକରା, କବି ବାଞ୍ଛା ନିଧି l
ମିଳିଗଲେ ଆସି ଗୋପବନ୍ଧୁ ଗାନ୍ଧି ll
ସଂଗ୍ରାମେ ଉତ୍କଳ ହୋଇ ପ୍ରକମ୍ପିତ l
ବାଞ୍ଛା ବୁଲିଗାଏ ଜାତି ପ୍ରୀତି ଗୀତ ll
ଗୀତ ଆସି ଯାଏ ସ୍ୱତଃ ଝରି ଝରି l
ଅଧିକାର କିନ୍ତୁ ନୋହୁଁଟି ଭିକାରୀ ll
ଧନ୍ୟ ଧନ୍ୟ ତୁମେ କବି ବାଞ୍ଛାନିଧି l
ଉତ୍କଳର ତୁମେ ଉପକୂଳ ଗାନ୍ଧୀ ll
କାନ୍ଦୁଛିରେ ଈରମର ତ୍ୟାଗ ମାଟି l
ତୁମ୍ଭକୁ ନମନ କରେ ମୁହିଁ କୋଟି ll
🙏🙏🙏
ଅର୍ଜୁନୀ
-----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
