STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

ହୃଦୟ ନିବାସୀ ରଜନୀକାନ୍ତ ଚୌଧୁରୀ

ହୃଦୟ ନିବାସୀ ରଜନୀକାନ୍ତ ଚୌଧୁରୀ

1 min
360

ହୃଦୟ ନିବାସୀ ପ୍ରଭୁ ଯେ ତୁମେ 
ସବୁତ ଜାଣି ପାରୁଛ,
ନିଜ କଥା ମୁଁ କାହାକୁ କହିବି 
ତୁମେ ତ ବୁଝି ପାରୁଛ,।।
ଦିନ ରାତି ଆଦି ଅନ୍ତ 
ସବୁତ ତୁମରି ମାୟା ,
ସୂର୍ଯ୍ୟ ଚନ୍ଦ୍ର ଆତ ଯାତ
ବିଶାଳ ତୁମରି କାୟା,।।
ଅଥଳ ସାଗର ଚିର ତଟିନୀ 
ସବୁଯେ ତୁମରି ଦାନ,
ଆକାଶ ପବନ ବନ ଜଙ୍ଗଲ 
ସବୁଥିରେ ବିଦ୍ୟମାନ,।।
କାଲି ଆଜି ଭବିଷ୍ୟତ 
ତୁମରି ଯେ ସରଞ୍ଚନା,
କୋଟି ବ୍ରହ୍ମାଣ୍ଡ ନାୟକ 
କରିଅଛ ଯେ କଳନା,।।
ଚଉଦିଗ ପାଳ ତ୍ରିନାଥ ତୁମେ 
ପୂଜା ପାଉଅଛ ବସି,
ମାନବୀୟ ଲୀଳା କରୁଛ ତୁମେ 
ପୁଟ୍ଟପର୍ତ୍ତି ଧାମେ ଆସି,।।
ସତ୍ୟ ଧର୍ମ ଶାନ୍ତି ପ୍ରେମ 
ତୁମରି ଯେ ଦିବ୍ୟବାଣୀ,
ମୁକ୍ତି ପାଇବି ଯେ ମୁହିଁ 
ତୁମରି କଥାକୁ ଶୁଣି,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational