ପ୍ରେମିକା ଆଉ ତୃପ୍ତି
ପ୍ରେମିକା ଆଉ ତୃପ୍ତି
ତୁମକୁ ବାହା ହେବା ମୋ ସ୍ଵପ୍ନ ଥିଲା... ତୁମ ସହିତ ସଂସାର ଗଢ଼ିବା
ମୋ ଆଶା ଥିଲା।
କେଜାଣି କଣ ଥିଲା ଦେଖିବାକୁ ଆସିଥିବା
ଭାବି ସ୍ଵାମୀ ପାଖରେ...
ପ୍ରତ୍ୟାଖ୍ୟାନ କଲ ମୋ ପ୍ରେମକୁ...
ଚୁପ୍ କିନା ଲୁଚି ବହାହେଇ
ଚାଲିଗଲ ସାସୁଘରକୁ।
ଯୋଉ ପରିବାରଟା ତୁମ ଅତି ନିଜର ଥିଲା...
ସେ ଘର ମଣିଷକୁ କଲ ପର।
ଛାଇ ମାଡୁ ନଥିବା ପରିବାର ମଣିଷ...
ଆଜି ହେଇଗଲେ ଅତି ନିଜର।
ଠିକ୍ ଥିଲା ଯାହା ଥିଲା ଆମ ସମ୍ପର୍କ...
ଦୋଷ ନୁହେଁ ତମର କି ମୋର।
ଦୋଷ ସବୁ "ତୃପ୍ତି" ର...
ହଁ ଦୋଷ ସବୁ "ତୃପ୍ତି" ର...
ତୁମର ତୃପି ମେଣ୍ଟି ଗଲା...
ମୋର ଦରକାରିତା କମିଗଲା।
ଏବେ ଆଉ କିଏ ତୃପ୍ତି ଦେବ...
ଆଉ ତୁମେ ସାନିଧ୍ୟ ଲାଭ କରିବ।

