STORYMIRROR

Jitendra Samantara

Inspirational

4  

Jitendra Samantara

Inspirational

ମାଁ

ମାଁ

1 min
5

ଜିତେନ୍ଦ୍ର ସାମନ୍ତରା 



କୋଉ ଜନ୍ମରେ କେତେ ଯେ ପୁଣ୍ୟରେ

 ପାଇଛି ତତେ ମୁଁ ମାଁ'...

ଦୁଃଖ କଷ୍ଟ ମୋର ଯାଏଲୋ ଉଭେଇ

କରିଦେଲେ ତୁ ଆହାଃ ।

ମାଁ ବୋଲି ଥରେ ଡାକି ଦେଲେ ଧୀରେ...

କାନ ଡେରି ଚାହିଁ ରହୁ,

କେଉଁଠି ଲୁଚିଛୁ ଧରି ନେଉ ପଛୁ...

ଭିଡି ନେଇ ଗେଲ କରୁ ।


ମାଁ ବୋଲି ଥରେ ମନ ଯେବେ ଝୁରେ..

ଚାଲି ଆସୁ ଆଖି ସାମ୍ନା କୁ,

ପଣତ କାନିରେ ମୁଁହଁ ନ ପୋଛିଲେ..

ମିଳେନାହିଁ ତୃପ୍ତି ମନକୁ ।


ମୋ ଆଳି ଅଝଟ ତୋ ଗାଳି ଆକଟ..

କେବେ ନସରୁ ଏ ଜୀବନେ,

ତୋ ଅମୃତର ପାଉଣା

ତୋ ମମତାର ଭରଣା...

ସୁଝି ପାରିବିନି ସାତ ଜନ୍ମେ ।


ତୋ ବିନା ଜିଇଁବାଅସମ୍ଭବ ଭାବି...

ଆଖି ଲୁହ ଯାଏ ଜକେଇ,

ବିନତି ଏତିକି ଚତୁର୍ଥା ମୁରତି..

ମତେ ନିଅ ଆଗ ଉଠେଇ ।



ମୋ. 8530095625


Rate this content
Log in

Similar oriya poem from Inspirational