STORYMIRROR

Nihar ପ୍ରତିକ୍ଷିତ ନାୟିକା

Tragedy Thriller Others

3  

Nihar ପ୍ରତିକ୍ଷିତ ନାୟିକା

Tragedy Thriller Others

ସମୁଦ୍ର ଆଖିରୁ ଝରୁଛି ଲୁହ

ସମୁଦ୍ର ଆଖିରୁ ଝରୁଛି ଲୁହ

1 min
150


ବିଶାଳ ଜଳାଶୟ ମାରୁଛି ହିଲ୍ଲୋଲ ରତ୍ନାକର,  

ଘନ ନୀଳ ପାରାବାର ବିସ୍ତୃତ ଦିଗନ୍ତ ସେ ପାର ।


ନୀଳ ଢେଉ ନାଚି ନାଚି ଛୁଉଁଛି ବେଳା ଭୂଇଁରେ,,  

କାନ୍ଦି କାନ୍ଦି କହୁଛି ମନ କଥା ତାର ସେ ତଟରେ ।


ମଣିଷ ସାଜିଛି କ୍ରୁର କରୁଛି ମୋ ଉପରେ ଅତ୍ୟାଚାର, 

ଫିଙ୍ଗି ଦେଉଛି ଅବର୍ଜନା ଯେତେ ମୋ ଗର୍ଭେ ଅପାର। 


ପରୀକ୍ଷା କରି ପରମାଣୁ ଅସ୍ତ୍ର ନିକ୍ଷେପ କରନ୍ତି ମୋ ବୁକେ,

ଦୂଷିତ ହୁଏ ମୁଁ ଅହରହ ମୋ ଜଳ ହୁଏ ବିଷାକ୍ତ ଅନେକେ।


ମୋ ଗର୍ଭେ ଥିବା କେତେ ପ୍ରାଣୀ ବିଷାକ୍ତ ଜଳେ ପ୍ରାଣ ହରାନ୍ତି,

ମୋ ଗର୍ଭେ ଆଉ ସୃଷ୍ଟି ହୁଏନା ମୋତି ଶାମୁକ ରୋଦନ କରନ୍ତି।


ଛଳନାର ମୁଖା ପିନ୍ଧି କରୁଛି ମଣିଷ ଅତ୍ୟାଚାର ନିତି ନିତି, 

ମୋ ଗର୍ଭେ ଥିବା କେତେ ପ୍ରାଣୀ ଜୀବନ ହାରିଲେ ନିତି ନିତି। 


ପ୍ରକୃତି ସନ୍ତୁଳନ ବିଗିଡ଼ିଲେ ପାଇବ ନିଜେ କଷ୍ଟ ଜାଣେନା ମୂଢ଼

ଜଳରେ ଜୀବନ କେବେ ବୁଝିବୁରେ ମଣିଷ ଏହି ରହସ୍ୟ ଗୁଢ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy