STORYMIRROR

Arjuni charan Behera

Classics Others

4  

Arjuni charan Behera

Classics Others

ବନ୍ଦଇ ଦେବ ଗଣନାଥ

ବନ୍ଦଇ ଦେବ ଗଣନାଥ

1 min
6

  

ବନ୍ଦଇ ଦେବ ଗଣନାଥ l

      ପର୍ବତ ନନ୍ଦିନୀଙ୍କ ସୂତ ll

ବନ୍ଦଇ ଦେବ ଗଣେଶ୍ୱର l

      ତାତ ତୁମ୍ଭର ମହେଶ୍ୱର ll

ବନ୍ଦଇ ଦେବ ଗଣପତି l

   ପୂଜା ତୋ କରନ୍ତି ବିଦ୍ୟାର୍ଥୀ ll

ବନ୍ଦଇ ଦେବ ଏକଦନ୍ତ l

    ଦାନ୍ତ ଭାଙ୍ଗିଲେ ବୁଧ ତାତ ll

ବନ୍ଦଇ ଦେବ ବିଘ୍ନରାଜ l

    ଦେବଙ୍କ ମଧ୍ୟେ ଅଗ୍ରପୂଜ୍ୟ ll

ବନ୍ଦଇ ପୃଥୁଳ ଶରୀର l

     ବାହନ ତୋହର ଇନ୍ଦୁର ll

ବନ୍ଦଇ ପ୍ରଭୁ ବିଦ୍ୟାଦାତା l

      ବନ୍ଦଇ ସର୍ବଶାସ୍ତ୍ର ଜ୍ଞାତା ll

ବନ୍ଦଇ ଦେବ ଗଜାନନ l

      ସୁନ୍ଦର ସିନ୍ଦୁର ବଦନ ll

ବନ୍ଦଇ ଦେବ ଲମ୍ବୋଦର l

    ପାଶ ଅଙ୍କୁଶ ବେନି କର ll

ବନ୍ଦଇ ବିଦ୍ୟା ବାଚସ୍ପତି l

  ବିଦ୍ୟା ଆରମ୍ଭେ ତୋର ସ୍ତୁତି ll

ବନ୍ଦଇ ସିଦ୍ଧି ବିନାୟକ l

      ସବୁରି ସିଦ୍ଧି ପ୍ରଦାୟକ ll

ବନ୍ଦଇ ଦେବଙ୍କର ନାହା l

   ମୋଦକ ହସ୍ତ ଚୋଉବାହା ll

ବନ୍ଦଇ ବିଦ୍ୟାର ବାରିଧି l

    ବନ୍ଦନେ ତୋର ସ୍ଥିର ବୁଦ୍ଧି ll

ବନ୍ଦଇ ଦେବ ଗଣେଶ୍ୱର l

     ଗଣେଶ ଗଣଙ୍କ ଈଶ୍ୱର ll

ବନ୍ଦଇ ପ୍ରଭୁ ଗଜାନନ l

   ହର ମୋ ଅବିଦ୍ୟା ଅଜ୍ଞାନ ll

ବନ୍ଦଇ ହେ ଦେବ ବିଘ୍ନେଶ l

   ବିଜ୍ଞାନେ ହର ମୋ କଳୁଷ ll

ବନ୍ଦଇ ଜଗତ ବନ୍ଦନ l

      ହୀନ ଅଜ୍ଞାନ ଅକିଞ୍ଚନ ll 

ରିଦ୍ଧି ସିଦ୍ଧିଙ୍କ ପ୍ରାଣପତି l

   ପ୍ରଭାତେ ଘେନ ମୋ ପ୍ରଣତି ll

       


Rate this content
Log in

Similar oriya poem from Classics