ଜୟ ଶ୍ରୀରାମ
ଜୟ ଶ୍ରୀରାମ
ଗଗନ ପବନ ଗୁଞ୍ଜେ ରାମ ନାମ
ରାମ ସତ୍ଯ ସନାତନ
ଜୀବନର ଲକ୍ଷ୍ଯ ପରମ କାରଣ
ରାମ ପତିତପାବନ ।
ତତ୍ତ୍ବ ଅବିନାଶୀ ଶ୍ଯାମ ମନୋରମ
ରାମ ପୁରୁଷ ଉତ୍ତମ
ଜ୍ଯୋତିଦୀପ୍ତ ବ୍ରହ୍ମ ସ୍ଥିତପ୍ରଜ୍ଞ ଜ୍ଞାନ
ରାମ ଆଲୋକ କିରଣ ।
ରାମ ସତ୍ଯ ନିଷ୍ଠ ଅଦ୍ବିତୀୟ ଶ୍ରେଷ୍ଠ
ଶ୍ରୀରାମ ଜୟ ଉଦ୍ଘୋଷ
ରାମ ମହାମନ୍ତ୍ର ଜୀବନ ଦ୍ୟୋତକ
ରାମ ମର୍ଯ୍ୟାଦା ଆଦର୍ଶ ।
ଦୁର୍ଗମର ପଥ ହୁଅଇ ସୁଗମ
ରାମନାମେ ଶକ୍ତି ସ୍ଫୁରେ
ଭାସଇ ପଥର ଜଳଧି ଗଭୀରେ
ଅହଂକାରୀ ଦର୍ପ ହରେ ।
ରାମ ସୁସଙ୍କଳ୍ପ ସିଦ୍ଧି ଅବିକଳ୍ପ
ରାମ ସତ୍ଯ ଅବ୍ୟାହତ
ବିରାଜ ଶ୍ରୀରାମ ହୃଦ ସିଂହାସନେ
ଚନ୍ଦ୍ରାର୍କ ଥିବା ଯାବତ ।।
