STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ମୋ ଗାଁର ଶୀତ

ମୋ ଗାଁର ଶୀତ

1 min
43

ମୋ ଗାଁକୁ ଶୀତ ଆସେଥୁଣ୍ଟା ବରଗଛର ଗହଳ ଓହଳ ସନ୍ଧିରେ,

ରାସ୍ତା କଡର ବୁଲା କୁକୁରଙ୍କ 

ଛାତିଥରା ଆର୍ତ୍ତନାଦରେ,

ଗାଆଁ ମଝିଦାଣ୍ଡେ ଭିଡ ନିଆଁ ଉମ୍ହେଇରେ,

ଗରିବ ଗୁରୁବାଙ୍କ ଫଟା ଚଦରରେ,

ବୁଢା ବୁଢୀଙ୍କ ଜୀବନ ଚକ୍ର ଅନ୍ତକାଳରେ 

ଅଟ୍ଟହାସ୍ଯ ଭରା ବୁକୁ ଫଟା ଚିତ୍କାରରେ । 


ମୋ ଗାଁକୁ ଶୀତ ଆସେ

ଅଳସ ଭଙ୍ଗା ଶୋରିଷ କ୍ଷେତରେ

ବିଲୁପ୍ତ ପ୍ରାୟ ଧାନ ବେଙ୍ଗଳାରେ

କାଳିଆ କସରାଙ୍କ ହମା ରଢିରେ 

ବାପା ବାନ୍ଧୁଥିବା ଧାନ କଳେଇରେ

ଧାନ ବଦାଡି ତଳେ ଗଇଁଠା ପିଠାର ବାସ୍ନାରେ । 


ମୋ ଗାଁକୁ ଶୀତ ଆସେ

ମନ୍ଦିରର ଘଣ୍ଟ ଘଣ୍ଟା ଆଳତୀରେ

ଭାଗବତ ଟୁଙ୍ଗୀର ମିଞ୍ଜି ମିଞ୍ଜି ଆଲୁଅରେ

ଚଉପାଢୀର ଖଞ୍ଜଣି ମାଡରେ 

ଧୂନିମଣ୍ଡପର ଧୂମ୍ରାଭ ଘୃତାହୁତିରେ 

ପୂଜାପଣ୍ଡାଙ୍କ ନବାକ୍ଷରୀ ଛାନ୍ଦର ଆହ୍ବାନରେ

ପଣତ ଆଢୁଆଳେ ମାଆର ଭକ୍ତି ନୈବେଦ୍ଯରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract