STORYMIRROR

Padmalaya Mishra

Classics Inspirational Others

4  

Padmalaya Mishra

Classics Inspirational Others

କବିତା

କବିତା

1 min
6


ଅକ୍ଷରରୁ ଶବ୍ଦ ଶବ୍ଦରୁ ବାକ୍ଯ

ବାକ୍ୟ ବାକ୍ୟ ଯୋଡି କଥା

ହସ ଲୁହ କେବେ ଦରଦୀ ମନ

ପରଷି ଦିଅଇ ବ୍ୟଥା

ମଞ୍ଜିରୁ ଯେମିତି ବୃକ୍ଷର ସୃଷ୍ଟି

ଲଟେଇ ହୁଅଇ ଲତା

ମନର ଭାବନା ପ୍ରକାଶ ପାଇଁ

କଲମ ଲେଖେ କବିତା ।।


ପ୍ରେମ ପାଇଁ ପଦେ ଲେଖିଲେ କେବେ

ବିରହ ପାଇଁ ବି ଲେଖେ

ସମୁଦ୍ରରୁ ଛାଣି ମୋତି ଆଣିବା

ଭାବନା ସାଇତି ରଖେ

କବିଟିଏ ସେବେ କବିତା ଲେଖେ

ଦିଗ୍ ବଳୟ ପାରି ଦେଖେ ।।


ସମାଜର କଥା ଦର୍ପଣ ପରି

ପ୍ରତିଫଳିତ ଯେ ହୁଏ

ନାରୀ ମନର ଅକୁହା କାହାଣୀ

କେବେ କେବେ ଲେଖି ଦିଏ

ହୃଦୟ ପଞ୍ଜୁରୀ ଖୋଲି ଦିଅଇ

ମନପକ୍ଷୀ ଉଡୁଥାଏ ।।


ଭକ୍ତିର ରସରେ ଭିଜାଇ ମୁନ

ସମର୍ପଣ ଭାବ ବହେ

ଅନ୍ତର ବେଦନା ଭକ୍ତ ଚେତନା

କବିତାରେ ଭରି ରହେ

ଭଗବାନ ଆଉ ହୃଦୟ ମଧ୍ୟେ

ଭକ୍ତିର ଭାବନା କୁହେ ।।


କବିତା ଗୋ ତୁମେ କୋମଳ ଶଯ୍ୟା

ଆରାମରେ ବସି ଯାଏ

କେଜାଣି କାହିଁକି ତୁମ ସ୍ପର୍ଶରେ

ଶିହରିତ ଦେହ ହୁଏ

ଅସଂଖ୍ୟ ଭାବନା ସାଉଁଟି ହୋଇ

ତୁମ ରୂପ ନେଇ ଯାଏ ।।


ମନ ମଧ୍ୟେ କବି ପଣ ରହିଛି

ତୁମେ ଥିବା ଯାଏଁ ସାଥେ

ତୁମେ ମୋର ପ୍ରେମ ତୁମେ ଆନନ୍ଦ

ଏଇ ଜୀବନର ପଥେ

ଆସୁଥିବ ମୋର ଭାବନା ମଧ୍ୟେ

ବସିବି ମୁଁ ମୃତ୍ୟୁ ରଥେ ।।




Rate this content
Log in

Similar oriya poem from Classics