ସାଇତା ସ୍ମୃତି
ସାଇତା ସ୍ମୃତି
ଦୋଲକାଏ ପବନରେ ଆଜି
ଡାଏରୀ ର ସବୁ ପୁରୁଣା ଫର୍ଦ
ଫଡଫଡ ହୋଇ ଖେଳି ଯାଇଛି..!
ସାଇତା ସ୍ମୃତି ସବୁ କିଛି କହିବାକୁ
ଚାହୁଁଛନ୍ତି, ଚକଲେଟ୍ ଜରିଟି ଉଡ଼ି
ଉଡ଼ି ବହୁତ ଦୂରକୁ ଚାଲିଯାଉଛି..!
ଚିରି ଆସୁଥିବା ଗ୍ରୀଟିନ୍ସ ର ଲେଖା
ଗୁଡ଼ା ଲୁଚି ଲୁଚି ଲୁହ ଢ଼ାଳୁ ଛନ୍ତି..!
ସ୍ମୃତି ମାନଙ୍କ ଭିତରେ କିଏ ହସୁଛି
ତ ଆଉ କିଏ ମନ ଦୁଃଖରେ ସେହି
ଡାଏରୀ ରେ ସେମିତି ଚୁପ ହୋଇ
ବସିଛି..!
କେତେ ସ୍ମୃତି କେତେ କଥା କହୁଛନ୍ତି
ଶୁଖି ଯାଇଥିବା ଗୋଲାପ ଟି ପ୍ରଶ୍ନ
କରୁଛି..? ଏ ସ୍ମୃତି ସବୁ କାହା ପାଇଁ
ସାଇତି ରଖିଛୁ କାହା ପାଇଁ ରାତି ରାତି
ଅନିଦ୍ରା ହୋଇ ଲେଖି ଚାଲିଛୁ..?
ଯିଏ ସମାଜ ଆଗରେ ତୋତେ ବେଇମାନ
ର ରୂପ ଦେଇଛି, ଯିଏ ଆଜି ପାଲଟି
ଯାଇଛି ତୋ ପାଇଁ ଅବିବେକି ସିଏ
କି ବୁଝି ପାରିବ ତୋର ଏ ସାଇତା
ସ୍ମୃତି ର ମୂଲ୍ୟ..?