STORYMIRROR

Santosh Jena

Romance Classics Others

3  

Santosh Jena

Romance Classics Others

ମିଳନ

ମିଳନ

1 min
18

ନୀରବତା ରେ ଜେବେ ଆକାଶ କୁ

ଚାହେଁ ଜହ୍ନ ଆଉ ତାରା ଙ୍କ ର ମିଳନ କୁ

ଦେଖି ମୋର ତମ କଥା ଭାରି ମନେପଡେ

ମନରେ ଉଙ୍କି ମାରେ ମୋର କିଛି ନୂଆ ସ୍ବପ୍ନ ll


ପାଗଳ ମନ ଭାବି ପକାଏ କିଛି ସ୍ବପ୍ନ ,

ସ୍ବପ୍ନ ରେ ତମେ ଥାଅ ମୋ ବାହୁ ବନ୍ଧନରେ

ଆଉ ଆମେ ଦୁହେଁ ଥାନ୍ତି କେଉଁ ଗୋଟେ

ଅଲଗା ରାଇଜରେ ଯେଉ ରାଇଜକୁ

କେବଳ ପ୍ରେମ ଯୋଡି ଯାଇପାରନ୍ତି ll


ଗୋଲାପ ଥାଏ ତମ ହାତରେ

ଦେବା ପାଇଁ ମୋତେ ତମେ ଆଣି ଥାଅ

ତାକୁ କେତେ ଯତ୍ନ ରେ କେହି ଜଦି

ପଚାରି ଦିଏ କିଏ ହାତରେ କଣ ଧରିଛ ବୋଲି

ତମେ କହିଦିଅ ମୋ ପ୍ରେମ ର ପାଉଣା ବୋଲି ll


ଗୋଲାପ ଦେଇ ତମେ କରିନିଅ ମୋତେ ନିଜର

ନିଜର ବୋଲି ଭାବି ତମେ ଶୋଇଯାଅ

ମୋ ଛାତିର ଆମ ଭଲ ପାଇବା ଦେଖି

ଜହ୍ନ ଲାଜ କରି ଲୁଚି ଯାଏ ବାଦଲରେ

ତ ପୁଣି କେବେ ଲୁଚି ଯାଏ ତାରା ମାନଙ୍କ ଗହଳି ରେ l


ବାସ୍ତବ ରେ କେବେ ସତ ହେବେ

ବସି ବାଭୁଛି ଆଜି ମୋ ମନ

ପ୍ରେମ ର ମାନେ କଣ ଏମିତି

ନିରବ ହୃଦୟ ର ସ୍ପନ୍ଦନ କଣ ଏମିତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance