Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Jena

Others

4  

Santosh Jena

Others

ତୁମେ ମନେପଡ଼

ତୁମେ ମନେପଡ଼

1 min
403


ତୁମେ ବେଶି ମନେପଡ଼ କେହି କାହା

ପାଇଁ ଆଇସକ୍ରିମ କିଣିଲା ବେଳେ l

ତୁମେ ବେଶି ମନେପଡ଼ କେହି କାହାକୁ

ଗୋଲାପ ଦେଲା ବେଳେ !


ତୁମେ ବେଶି ମନେ ପଡ଼ ସମୁଦ୍ର କୂଳରେ

ମୁଁ ଏକା ବୁଲିଲା ବେଳେ l

ତୁମେ ବେଶି ମନେ ପଡ଼ କେହି କାହା

ସହ ଏସ୍ ଏମ୍ ଏସ୍ ରେ କଥା ହେଲା ବେଳେ !


ତୁମେ ବେଶି ମନେପଡ଼ ଯେତେବେଳେ

ତମେ ସ୍ପର୍ଶ କରିଥିବା ସେହି T ସାର୍ଟ କୁ ପିନ୍ଧେ l

ତୁମେ ବେଶି ମନେପଡ଼ ଜେବେ ମୁଁ

ତୁମକୁ ଛାଡି ଥିବା ସେହି ରାସ୍ତା ଦେଇ ଯାଏଁ !


ତୁମେ ବେଶି ମନେ ପଡ଼ ମୁଁ ଦେଇଥିବା

ନାଁ ରେ ଆଉ କେହି କାହାକୁ ଡାକିଲା ବେଳେ l

ତୁମେ ବେଶି ମନେ ପଡ଼ ଆକାଶ ର

ଜେବେ କଳାହାଣ୍ଡିଆ ମେଘ ଘୋଟି ଆସେ !


ତୁମେ ବେଶି ମନେ ପଡ଼ ଯେଉଁ ଦିନ

ଆକାଶ ରେ ଜହ୍ନ ନ ଆସେ l

ତୁମେ ବେଶି ମନେପଡ଼ ତୁମ ପାଇଁ ଲେଖିଥିବା

କବିତା ଜେବେ ମୁଁ ଆଉ କାହା ପାଖରୁ ଶୁଣେ !



Rate this content
Log in