ମୌସୁମୀ
ମୌସୁମୀ
ମୌସମୀ ଆସିଛି ଆଜି ତୁମ ଦେହର ମିଠା ବାସ୍ନା କୁ ନେଇ l
ମୌସମୀ ଆସିଛି ଆଜି ତୁମ ହାତ ଲେଖା ଚିଠିଟି କୁ ନେଇ l
ମୌସମୀ ଆସିଛି ଆଜି ତୁମେ ଦେଇଥିବା ପ୍ରେମଭରା ବାର୍ତାକୁ ନେଇ l
ମୌସମୀ ଆସିଛି ଆଜି ଏ ହୃଦୟର ନିଆଁ କୁ ଲିଭାଇବା ପାଇଁ l
ମୌସମୀ ଆସିଛି ଆଜି ତମର ମୋର ଦୁରତା କୁ ଦୁରେଇବା ପାଇଁ l
ମୌସମୀ ଆସିଛି ଆଜି ଆମକୁ ବର୍ଷା ରେ ବିଝା ଦେଖିବା ପାଇଁ l
ମୌସମୀ ଆସିଛି ଆଜି ତୁମ ମନରେ ହସ ନେଇ l
ମୌସମୀ ଆସିଛି ଆଜି ମୟୁର କୁ ଆଉ ଥରେ ନଚେଇବା ପାଇଁ l
ମୌସମୀ ଆସିଛି ଆଜି ଇନ୍ଦ୍ରଧନୁ ର ସପ୍ତରଙ୍ଗ କୁ ରଙ୍ଗେଈବା ପାଇଁ l
ମୌସମୀ ଆସିଛି ଆଜି କୃଷକ ମନ ରେ ଖୁସି ନେଇ l
ମୌସମୀ ଆସିଛି ଆଜି ଦୂର ପାହାଡ଼ ର ସୌନ୍ଦର୍ଯ୍ୟ କୁ ବଢ଼ାଇବା ପାଇଁ l
ମୌସମୀ ଆସିଛି ଆଜି ଗଛ ଲତା ଙ୍କୁ ନୂଆ ରୂପ ଦେବା ପାଇଁ l
ମୌସମୀ ଆସିଛି ଆଜି ବଣ ମଲ୍ଲୀ ର ମିଠା ବାସ୍ନା ନେଇ l
