Santosh Jena

Fantasy

3  

Santosh Jena

Fantasy

ପ୍ରଭୁ

ପ୍ରଭୁ

1 min
6


ଖୋଲିଦିଅ ପ୍ରଭୁ ମୁକ୍ତିର କବାଟ

ନେଇଯାଅ ପ୍ରଭୁ ଏ ସ୍ୱାର୍ଥପର ଦୁନିଆରୁ

କରିଦିଅ ଭକ୍ତ ଟିଏ, ଭକ୍ତ ହୋଇ ପ୍ରଭୁ

ସେବା କରୁଥିବି ସଦା ତୁମ ପାଦ ତଳେ l

ବାନ୍ଧ ନାହିଁ ମୋତେ ଏ ସଂସାର ବନ୍ଧନେ

କରିଦିଅ ମୋତେ ସୁନ୍ଦର ସାଗର ଟିଏ

ସବୁବେଳେ ଖୁସି ଭରୁଥିବୀ ଲୋକଙ୍କ

ମନରେ ନୀତି ଖେଳୁଥିବେ ଲୋକେ ମୋରି କୂଳ ରେ

ଖୁସି ବାଣ୍ଟୁଥିବି ପ୍ରଭୁ ମୋର ଶେଷ ନିଶ୍ୱାସ ଯାଏଁ l

ସାଗର ଜଦି ନ କରିବ ପ୍ରଭୁ

କରିଦିଅ ପ୍ରଭୁ ପକ୍ଷୀ ଟିଏ

ଯେଉଁଠି ନଥିବ ହିଂସା ବାଦ, ନା ଥିବ ଆପଣା ପର

ଏକା ଉଡ଼ିବୁଲୁଥିବି ଏ ମୁକ୍ତ ଆକାଶରେ l


Rate this content
Log in

Similar oriya poem from Fantasy