ମୁଁ କେବଳ ତମକୁ ଚାହେଁ
ମୁଁ କେବଳ ତମକୁ ଚାହେଁ
ମୋତେ ଡ଼ର ଲାଗେ ଯେବେ ସେ,
ଧୋକାବାଜ୍ ମୌସମୀ ଟି ତୁମ ଗାଁ
ଦେଇ ଯାଏ,କାଳେ ତା ଶୀତଳ ଛୁଆଁ
ଦେଇ ତୁମକୁ ନିଜର କରିନେବ l
ମୋତେ ଡ଼ର ଲାଗେ ଯେବେ ସେ,
ଇନ୍ଦ୍ରଧନୁ ଟି ତୁମ ଛାତ ଦେଇ ଖେଳି
ଯାଏ, କାଳେ ତା ସପ୍ତ ରଙ୍ଗରେ
ରଙ୍ଗେଇ ତୁମକୁ ନିଜର କରିନେବ l
ମୋତେ ଡ଼ର ଲାଗେ ଯେବେ ସେ,
ଦୁଷ୍ଟ ବର୍ଷା ଟି ତୁମ କଲେଜ ଛକରେ
ଝିପି ଝିପି ବରଷେ, କାଳେ ତମୁକୁ
ଓଦା କରି ସେ ନିଜର କରିନେବ l
ମୋତେ ଡ଼ର ଲାଗେ ଯେବେ ସେ,
ଅମାନିଆ ପବନ ଟା ଜୋର କରି
ବସ୍ ଝରକା ଫାଙ୍କ ରେ ବହି ଯାଏ,
କାଳେ ତମ କେସ କୁ ଓଲରା କରି
ତା ସ୍ପର୍ଶ ରେ ତୁମକୁ ନିଜର କରିନେବ l
ମୋତେ ଡ଼ର ଲାଗେ ଯେବେ ସେ,
ହଳଦୀ ବସନ୍ତ ଟି ତୁମ ଦାଣ୍ଡ ପଟ
ବାଡ଼ ରେ ବସି ବୋବାଏ, କାଳେ ଶୁଭ
ବାରତା ଦେଇ ତୁମକୁ ନିଜର କରିନେବ l
ହଁ ମୋତେ ଡ଼ର ଲାଗେ କାହିଁକି ନା
ମୁଁ କେବେଳ ତମକୁ ଚାହେଁ..!

