ନମୋ ନମଃ ସ୍କନ୍ଦ ମାତା
ନମୋ ନମଃ ସ୍କନ୍ଦ ମାତା


ନମୋ ନମୋ ସ୍କନ୍ଦ ମାତା ନମସ୍ତେ ଅନାଦି
ମହାମାୟୀ ମହାଶକ୍ତି ଦେଉ ତୁହି ସିଦ୍ଧି ।
ମହା ସିଦ୍ଧି ପ୍ରାପ୍ତ ହୁଏ ତୋତେ ସେବା କଲେ
ନମୋ ନମୋ ସିଦ୍ଧି ଦlତ୍ରୀ ନମେ ତୋ ପୟରେ ।
ନମସ୍ତେ ନମସ୍ତେ ଦେବୀ ନମୋ ସ୍କନ୍ଦ ମାତା
ନବ ରାତ୍ରୀ ପଞ୍ଚମ ଦିବସେ ତୁ ପୂଜିତା ।
ଦିବ୍ୟ ଅରବିନ୍ଦ ଶୋଭୁ ଥାଏ ବେନି କରେ
ଶିଶୁ କାର୍ତ୍ତି କେୟ ଙ୍କୁ ତୁ ଧରି ଥାଉ କୋଳେ ।
ସିଂହ ର ପିଠି ରେ ବସି ହେଉ ଆର୍ବିଭୂତା
ନମୋ ନମଃ ଗୋ ଜନନୀ ନମୋ ସ୍କନ୍ଦ ମାତା ।
ନାରୀ ପୁତ୍ର ବତୀ ହୋନ୍ତି ତୋତେ ଆରାଧିଲେ
ନମୋ ନମଃ ସ୍କନ୍ଦ ମାତା ନମୋ ତୋ ପୟରେ ।
ଅ
ପାର ବାତ୍ସଲ୍ୟ ସ୍ନେହ, ଶୁଭାଶିଷ ଧାରା
ଢାଳି ତୁହି ଜନ ମନ କରୁ ଲୋ ଉତ୍ତଳା ।
ଧୂପ, ଦୀପ, ଓ ନୈବେଦ୍ୟ, ଭକ୍ତି ଭାବ ଢାଳି
ନମୋ ନମଃ ସ୍କନ୍ଦ ମାତା ତୋତେ ପ୍ରଣମଇ ।
ଷଡlନନ , ସ୍କନ୍ଦ , କାର୍ତ୍ତିକେୟ ଙ୍କ ଜନନୀ
ତାରକା ଅସୁର ବିନlଶିଲେ ଗୋ ଜନମୀ ।
ଚାରି ହlତିଆଣି ତୁ ଲୋ ପଙ୍କଜ ଧାରିଣୀ
ଅନାଦି ଅପର୍ଣ୍ଣl ତୁହି ଲୋ ସିଂହ ବାହିନୀ ।
ଭକ୍ତି ଭରେ ତୋ ପୟରେ ଚିତ୍ତ ଯେ ନିବେଶି
ନାଶି ଦେଉ ଦୁଃଖ ଶୋକ ତାପ କୋହ ରାଶି ।
ଭକ୍ତି ପୂତ ଭାବେ ନିତି କରେ ତୋର ସ୍ତବ
ନମୋ ନମୋ ମହାମାୟୀ ନମୋ ସ୍କନ୍ଦ ମାତ ।