STORYMIRROR

Panchanan Jena

Romance

3  

Panchanan Jena

Romance

ସ୍ନେହର ସୁନାମୀ

ସ୍ନେହର ସୁନାମୀ

1 min
11


ନିଶବ୍ଦ ନିଶାର୍ଦ୍ଧେ ବି ନିଦ ଭାଙ୍ଗେ

ମନ ପବନ ଝରକା ବି ଖୋଲେ

ନିଶଦ୍ଦେ ଆବେଗେ

ତକିଆ ଉପରେ ଆଧାରିତ ମୁଣ୍ଡଟା

ଟେକି ଦେଖେ ସରାଗେ

ଫୁଲ ଫୁଟିଲାଣି 

ରଙ୍ଗ ଲାଗିଲାଣି 

ମୋ' ତନୁ ଅଙ୍ଗେ ସର୍ବାଙ୍ଗେ


ନିରବତାର ନିଷ୍ଠୁର ରାଜୁତି ଥିଲେ ବି

ଶୁଣି ପାରେ 

ବର୍ଷା ଟୋପାର ରିମ୍ ଝିମ୍ ଗୀତ ସଂଗୀତ

ପତ୍ରମାନଙ୍କର ଭାଷା ଫିସ୍‌ ଫିସ୍‌ ଅକଥିତ

ରାତ୍ରୀଚରଙ୍କ କାକଳୀ ସିସ୍ ସିସ୍ ଭୟଭୀତ

କୀଟ ପତଙ୍ଗ ର ସେଁ ସେଁ ଟିସ୍ ଟିସ୍ ମର୍ମାହତ

ବୁଲା କୁକୁରଙ୍କ ହେଣ୍ଟାଳ ଭୋ ଭୁସ୍‌ ବିରକ୍ତି ଗତ


ଝରକା ଆରପଟେ ଉଛୁଳା ଜହ୍ନରାତି

ଘରଭିତରେ ବହଳ ଅନ୍ଧାର 

କରେ ରାଜୁତି

ବାନ୍ଧିରଖେ ଆନ୍ଧାରି ବଳୟ ଭିତରେ

ଦେଖାଏ ହୁକୁମାତି

ବିଜୁଳିବତିର ବିସ୍ତାରିତ ଆଭା ଆଗରେ

ଲୁଚିଯାଏ ସବୁ ଭୟ ଭିତି


ପଲଙ୍କ ନିରୋଳା ଥିଲେ ବି

ରାତି ବି ଏକେଲା ହେଲେ ବି

ଶୂନ୍ୟତା କୁ ଭୋଗି ହୁଏନା

ମୁକ୍ତ ବିହଙ୍ଗ ପରି ଡେଣା ଝାଡି

ଫଡ୍‌ ଫଡ୍‌ ଉଡି ପାରେନା


ପ୍ରାଣମୟ ଢ଼ଙ୍ଗରେ ପ୍ରକୃତି ଡାକୁଛି

ପ୍ରେମମୟ ବାଗରେ ଜୀବନ ଠାରୁଛି

ସ୍ନେହମୟ ଠାଣିରେ ମଳୟ କହୁଛି

ଭୋଗି ପାରୁନି ଯମା

ସଂଚରି ପାରୁନି ଯମା

କୋଳେଇ ପାରୁନି ଯମା

ସାଉଁଟି ସାଉଁଟି ଧାଉଁଛି ପୂର୍ବକୁ ଖାଉଟି

ନିଦ ଭାଂଗିବା ବେଳକୁ 

ତନ୍ଦ୍ରା ଛାଡିବା ବେଳକୁ

ହାତ ମେଲା କରି ପଡିଛି ଶେଷ ରାତିର 

ଚାରି ଚଉତା ଦଳା ଚକଟା ପାଇଟି


ସକାଳ କିରଣ ପ୍ରଶ୍ନ କରୁଛି

ବ୍ୟସ୍ତ କାହିଁକି ହେଉ କିରେ ଛାୟାରେ

ବାୟା କାହିଁକି ହେଉ କିରେ ମାୟାରେ

ଏ ପରା ସ୍ନେହର ସୁନାମୀ

ଏ ରାତି ସାରା ପରା ଗୋଟାଉ ଥିଲୁ

ପ୍ରେମର ଅଗ୍ରଗାମୀ 


ଆଗକୁ ପଡିଛି କେତେ ଯେ ରଜନୀ

ହାତ ମୁଠାରେ ମିଳିବ ନିଶ୍ଚୟ ସଜନୀ

ଧରି ନ ପାରିଲେ କଣ ହେଲା

ଛୁଇଁ ନ ପାରିଲେ କଣ ହେଲା

ମଧୁ ମିଶ୍ରିତ ବାର୍ତ୍ତାଳାପ 

ମହୁ ମିଶ୍ରିତ ଆଳାପ

 ବି କଣ କମ୍ କି

ପିଇବାକୁ ପ୍ରେମ ସିନ୍ଦୁରୁ ବିନ୍ଦୁଏ

ଚାଖିବାକୁ ସ୍ନେହ କଳସୀରୁ ଟୋପାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance