ମନେ ତୁ ପଡ଼ିବୁ
ମନେ ତୁ ପଡ଼ିବୁ
ମନେପଡୁଥିଲୁ ମନେପଡୁଥିବୁ,
ମନେପଡୁଅଛୁ ତୁହି,
ତୋତେ ଏ ଜୀବନେ କେବେ ହୃଦୟରୁ,
କାଢିପାରିବିନି ମୁହିଁ।
ନ ଲାଗିଲେ ନାହିଁ ମଥାରେ ତୋହର,
ସିନ୍ଦୁର ନାମରେ ମୋର,
ନ ପଡୁ ବେଦିରେ ହାତଗଣ୍ଠି ଆମ,
ନହେଉ ବି ବାହାଘର।
ଯେଉଁଠି ଅଛୁ ତୁ ହୃଦୟ ଭିତରେ
ସେଇଠାରେ ଥିବୁ ରହି
ତୋର ଯାଗା ଏଇ ଜୀବନ ଭିତରେ,
କେହି ପାରିବେନି ନେଇ।
ନ ଲାଗିଲେ ନାହିଁ ମଥାରେ ତୋହର,
ସିନ୍ଦୁର ନାମରେ ମୋର,
ନ ପଡୁ ବେଦିରେ ହାତଗଣ୍ଠି ଆମ,
ନହେଉ ବି ବାହାଘର।
ଭଲପାଇବାକୁ ବୁଝିବା ଆଗରୁ,
ଭଲପାଇଥିଲି ବୋଲି,
ଖୁସିରେ ତୋହର ଖୁସି ହେବାପାଇଁ,
ମନକୁ ବୁଝେଇ ଦେଲି।
ଖୁସିରେ ଶାନ୍ତିରେ ରହିଥା ସଜନୀ,
ଏତିକି ଚାହେଁ ଏ ମନ,
ସବୁରାତି ହେଉ ମଧୁରାତି ତୋର,
ମଧୁମୟ ହେଉ ଦିନ।

