STORYMIRROR

Srikant Muni

Children

3  

Srikant Muni

Children

ଗୁରୁ

ଗୁରୁ

1 min
12

ପ୍ରଥମ ଶବ୍ଦଟି ପାଟିରୁ ବାହାରେ

ମା' ମୋ ପ୍ରଥମ ଗୁରୁ

ଚାଲିବା ଶିଖିଲି ବାପା ହାତ ଧରି

ବାପା ମୋ ଦ୍ୱିତୀୟ ଗୁରୁ 


ତାଙ୍କରି ଶିକ୍ଷାରୁ ବଡ ମୁଁ ହେଇଛି

ନାମ ତାଙ୍କ ତୁଣ୍ଡେ ଥାଉ

ଗୁରୁ ପୁର୍ଣିମା ରେ ପ୍ରଣାମ କରୁଛି

ଆଶୀର୍ବାଦ ତାଙ୍କ ରହୁ 


ପାଠ ପଢା ଯେବେ ଆରମ୍ଭ କରିଲି

ଗୁରୁଙ୍କୁ ଜାଣିଲି ତହିଁ

ଚଲାପଥେ କେତେ ଗୁରୁଙ୍କୁ ଭେଟୁଛି

ତାର ଯେ ହିସାବ ନାହିଁ 


ନୂଆ ନୂଆ କଥା ନିତି ଆମ୍ଭେ ଶିଖୁ

ସାଙ୍ଗ ସାଥି ସବୁ ଗୁରୁ

ଯାହା ପଚାରିଲେ ଉତ୍ତର ମିଳଇ

ଗୁଗୁଲ୍ ଆମର ଗୁରୁ 


ଜୀବନର ପ୍ରତି ମୁହୂର୍ତ୍ତରେ ଶିକ୍ଷା

ପାଇଥାନ୍ତି ଆମେ ସବୁ

ଶିକ୍ଷା ବିନା ଲାଗେ ଜୀବନ ଅନ୍ଧାର

ଅନ୍ୟ ପାଖେ ବନ୍ଧା ଥିବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children