STORYMIRROR

Srikant Muni

Tragedy Inspirational Others

4  

Srikant Muni

Tragedy Inspirational Others

ମୁଁ ଆଧୁନିକ ହିନ୍ଦୁ

ମୁଁ ଆଧୁନିକ ହିନ୍ଦୁ

1 min
16


ମୋ ଭାବନା ପାଶ୍ଚାତ୍ୟ

ଶରୀର ପ୍ରାଚ୍ୟ ଜଗତେ ଭାସୁଛି

ମୁଁ ଧର୍ମ ନିରପେକ୍ଷତା ର 

ଏକୁଟିଆ ଠିକା ନେଇଛି


ମୁଁ ଦେଶ ର ଗୌରବ କୁ 

ଆଖି ଠାର ଖାଲି ମାରୁଛି

ମୁଁ ଆଧୁନିକ ହିନ୍ଦୁ କହୁଛି


ମୁଁ ଜନ୍ମଦିନ ଛାଡ଼ି ଏବେ 

ବାର୍ଥ ଡେ ପାଳନ କରୁଛି

ନିଜ ନାଁ କୁ ଛୁରୀ ରେ 

କାଟିକି ନିଆଁ କୁ ଫୁଙ୍କ ମାରୁଛି 


ମନ୍ଦିର ଯିବାକୁ ଭଲ ଲାଗୁ ନାହିଁ

ଠାକୁର ଦେଖିଲେ ଡରୁଛି 

ମୁଁ ଆଧୁନିକ ହିନ୍ଦୁ କହୁଛି 


ଗୁରୁବାରେ ମୁଁ ଲକ୍ଷ୍ମୀ ଙ୍କୁ ନ ପୂଜି

ଦାଢ଼ିଆ ବାବା କୁ ପୂଜୁଛି

ସନ୍ତୋଷୀ ବ୍ରତ ପିତା ଲାଗିଲାଣି 

ମୁଁ ଚାଦର ଚଢାଇ ଯାଉଛି 

ରବିବାରେ ଧଳା ଲୁଗା ପିନ୍ଧି ମୁଁ ପ୍ରେୟାର କରି କି ଆସୁଛି

ମୁଁ ଆଧୁନିକ ହିନ୍ଦୁ କହୁଛି 


ମୁଁ କୁକୁଡ଼ା କୁ ଗୋ ମାତା 

ସହ ତୁଳନା କରୁଛି

ସାଧୁ ସନ୍ଥ ବ୍ରାହ୍ମଣ ଦେଖିଲେ 

ଖଣ୍ଡି କାଶ ଟିଏ ମାରୁଛି 

ଗ୍ରହଣ ପରାଗ କିଛି ମାନୁ ନାହିଁ

ଛେଳି ମେଣ୍ଢା ମାରି ଖାଉଛି

ଖାଲି ହେତୁବାଦୀ ପରି ହଉଛି

ମୁଁ ଆଧୁନିକ ହିନ୍ଦୁ କହୁଛି


ମୁଁ ନିଜ ଦେଶ ରେ 

ଆଜି ଶରଣାର୍ଥୀ ପରି ରହୁଛି

ଦିନ କୁ ଦିନ ମୋ ସଂଖ୍ୟା 

କମି କମି ପରା ଯାଉଛି

ପରମ୍ପରା ପୋଡ଼ି ମୁଁ 

ଭାଇଚାରା ମିଠା ବାଣ୍ଟୁଛି

ଆଉ କିଛି ଦିନେ ବିଲୁପ୍ତ 

ହେବାର ବାଟ କୁ ଚାହିଁ ବସିଛି

ମୁଁ ଆଧୁନିକ ହିନ୍ଦୁ କହୁଛି 


ତୁଳସୀ ଗଛ ରେ ପାଣି ଢାଳିବା

ମୋତେ ଅନ୍ଧ ବିଶ୍ବାସ ଲାଗୁଛି 

ପ୍ଲାଷ୍ଟିକି ଗଛରେ ଲାଇଟି ଲଗେଇ

ମୁଁ ନିଉ ଇୟର ପାଳୁଛି

ପଣା ସଂକ୍ରାନ୍ତି ପାଶୋରି 

ଶୀତ ଦିନେ ଥେଇ ଥେଇ ହେଇ ନାଚୁଛି 

ମୁଁ ଆଧୁନିକ ନୁହେଁ ବରଂ ବର୍ଣ୍ଣଶଙ୍କର ହିନ୍ଦୁ କହୁଛି  ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy