STORYMIRROR

Debabrata Mishra

Abstract Tragedy Others

4  

Debabrata Mishra

Abstract Tragedy Others

ବିବେକର ବନ୍ଦୀଶାଳା

ବିବେକର ବନ୍ଦୀଶାଳା

1 min
302


ପ୍ରତିଦିନ ଜଳୁଥାଏ ଅଗ୍ନି ଶୂନ୍ଯ ହୋଇ

କୋହମାନେ କାନ୍ଦିଲେଣି ଛାତିତଳେ ରହି

ନିଜକୁ ନିଜ ଆଗରେ ଦେଖାଏ

ହାରିବାପଣର, ଅବଶୋଷର ମୁହଁ ।


ମନ କୁ ତ କେବେଠୁ ହତ୍ଯା କରିଛି ସେ

ଇଛା ମାନେ ତ ପାଉଁଶ ହୋଇ ସାରିଲେଣି

ସ୍ୱପ୍ନଗୁଡ଼ା ପ୍ରତିଦିନ ଦେଉଛନ୍ତି ଆତ୍ମାହୁତି

ଯେତେ ଝରିଲେ ବି ସରୁନାହିଁ ଲୁହ ।


ଭାବ ସବୁ ରୋଗଗ୍ରସ୍ତ, ବିକ୍ଷିପ୍ତ ଓ ନିର୍ଲିପ୍ତ 

ବାକି ଯାହା ନିଶ୍ୱାସ ଚାଲେ ଟିକିଏ ଆଶାରେ

ଯାହା ବିନା ଅସମ୍ଭବ ଏ ପ୍ରାଣ ପିଣ୍ଡ

ଧିରେ ଧିରେ ଛାଡୁଛି ଜୀବନର ମୋହ ।


ସେ ଏବେ ବନ୍ଦୀ ଏକ ଅଦୃଶ୍ଯ କାରାଗାରେ

କଳିଯୁଗ ଇଏ ପ୍ରତିଟି ସ୍ୱାଭିମାନୀ କାନ୍ଦୁଛି

ବିଷଫୁଲର ଯନ୍ତ୍ରଣା ସହ ଲଢୁଛି 

ଆଜୀବନ କାରାଦଣ୍ଡ ଭୋଗିବ ସେ

ବିବେକର ବିଶାଳ ବନ୍ଦୀଶାଳାରେ

ବୋଧେ ସମୟ ଶୁଣେଇ ସାରିଛି ଅନ୍ତିମ ରାୟ ।


ଏଠି ସମସ୍ତେ ଦୋଷୀ ପୁଣି ନିର୍ଦ୍ଦୋଷ 

ମେରୁଦଣ୍ଡ ନାହିଁ ବୋଲି ଏଠି

ଏ ଘର ଶରୀରଟା ଏବେ ଆହତ

ସମୟର ଗତି ଅବିଶ୍ରାନ୍ତ ଯଥା ବେଗେ

ଆତ୍ମା କାହିଁକି ନୀରବ ନିଶ୍ଚଳ

ବିବେକ ସତେ ଏତେ ନିଷ୍ଠୁର..! 

ତା' ସମ୍ମୁଖରେ ନିଶ୍ୱାସ ପ୍ରଶ୍ୱାସ ସବୁ ଅସହାୟ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract