Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mojaffar Khan

Tragedy

4.5  

Mojaffar Khan

Tragedy

ଯାହାଙ୍କ ଲାଗି ଆସିଛ ବନ୍ଧୁ

ଯାହାଙ୍କ ଲାଗି ଆସିଛ ବନ୍ଧୁ

1 min
354


ଯାହାଙ୍କ ଲାଗି ଆସିଛ ବନ୍ଧୁ

      ଏହି ଦୁନିଆ ବୁକେ,

ସିଏ ତ' ବାପା ମଣିଷ କରେ

    ଓପାସେ ପଡି ଭୋକେ ।


ହାତକୁ ଧରି କାନ୍ଧେ ବସାଇ

      ମେଳା ବୁଲାଏ କେତେ,

ଅଳି ଅଝଟ ନାଲି ଆଖିରେ

      ଆକଟ ପଣ' ସେତେ ।


ରକତ ପାଣି କରି ପଢ଼ାଏ

   ପୁଅକୁ ଯେତେ ପାଠ,

ଧାର ଉଦ୍ଧାର କରଜେ ବୁଡି

   ଘରର ମେରିଖୁଣ୍ଟ ।


ମା ' ଗଲାଣି କେବେଠୁ ଛାଡି

     ଗାଁ' ରେ ବାପା ଏକା,

ଚଳୁନି ପାଦ ଦୁଶୁନି ବାଟ

     ପୁଅର ନାହିଁ ଦେଖା ।


ଏମିତି ପୁଅ ବଦଳି ଗଲା

   ମରୀଚିକାକୁ ଦେଖି,

ମୋ ଭଳି ଦିନେ ତୁ ବି ଭୋଗିବୁ

ଦୁନିଆ ହେଲା ସାକ୍ଷୀ ।



Rate this content
Log in

Similar oriya poem from Tragedy