STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କାତରେ କଟୁଛି ଦିନ

କାତରେ କଟୁଛି ଦିନ

1 min
269


ପୁଷ ମାସ ଶୀତ ହାଡ଼ ଭାଙ୍ଗି ଦିଏ

  ବୃଦ୍ଧ ପାଇଁ ହୁଏ କାଳ

ସେଜ ନ ଛାଡ଼ନ୍ତି ଶୀଘ୍ର ହିଁ ସେମାନେ

  ପୁଷ ଶୀତ ହୁଏ କାଳ।


ବୃଦ୍ଧ ବୟସଟି ଦୁର୍ବଳ ଶରୀର

  ଶୀତ ପୁଣି ଭୟଙ୍କର

କଷ୍ଟ ଦେଉ ଥାଏ ଶୀତର ତାଣ୍ଡବ

  ପ୍ରଭୁ ଭକ୍ତି ନିରନ୍ତର।


ସୂର୍ଯ୍ୟଙ୍କ କୀରଣ ନ ପଡିବା ଯାଏ

  ସେଜ ନ ଛାଡ଼ନ୍ତି ସେହୁ

ସେଜର ଭିତରୁ କୃଷ୍ଣ ରାମ ନାମ

  ଭଜନ କରନ୍ତି ସେହୁ।


ଜଗନ୍ନାଥ ନାମ ଭଜୁ ଥାନ୍ତି ବୃଦ୍ଧ

  ନିତ୍ୟେ ଜପମାଳି କରି

ସୂର୍ଯ୍ୟର କୀରଣ ପଡିଲେ ଧରାରେ

  ଥାନ୍ତି ସେ ଖଟକୁ ଧରି।


ନିତ୍ୟକର୍ମ ସାରି ଗାଧେଇ ସାରିଣ

  ପିନ୍ଧି ପାଟ ବସ୍ତ୍ର ଅଙ୍ଗେ

କାଳିଆର ପଦେ ଭକ୍ତି ସେ କରନ୍ତି

  ଶୀତର ତାଣ୍ଡବ ସଙ୍ଗେ।


କମ୍ପୁ ଥାଋ ତାଙ୍କ ବଦନ ଶୀତରେ

  ହୃଦୟରେ ପ୍ରଭୁ ଭକ୍ତି

କୃଷ୍ଣ ରାମ ନାମ ଗୁଞ୍ଜୁ ଥାଏ ଗୃହେ

  ଆସନେ ବସିଣ ଭକ୍ତି।


ଚା ନେଇ ଆସେ ତା ପୁତୁ ବଧୁ ପୁଣି

  ପ୍ରେମ ଭକ୍ତି ଶ୍ରଦ୍ଧା ଦେଇ

ଶାଶୁ ଓ ଶଶୁରେ ଦିଏ ଭକ୍ତି ଚିତେ

  ପିଅନ୍ତି ଶ୍ରଦ୍ଧାରେ ନେଇ।


ପୁତ୍ର ପୁତ୍ର ବଧୁ ପ୍ରଣାମ କରନ୍ତି

  ପିତୃମାତୃ ପଦତଳେ,

ବଧୁ ପୁଣି ଯାଏ ଜଳଖିଆ ପାଇଁ

  ଗୃହ ରୋଷେଇର ଶାଳେ।


ଶୀତର ତାଣ୍ଡବ ଭୁଲି ଯାନ୍ତି ସବୁ

  ପୁତ୍ର ବହୁ ସେବା ଦେଖି

ପୁଷ ମାସ ଶୀତ ନ ବାଧେ ତାହାଙ୍କୁ

  ଗୃହର କର୍ତ୍ତବ୍ୟ ଦେଖି।


ବୃଦ୍ଧାଅବସ୍ତଟି ଦୁର୍ବଳ ଅବସ୍ଥା

  ଶୀତ ସେ ଯନ୍ତ୍ରଣା ଦିଏ

ପୁତ୍ର ପୁତ୍ର ବଧୁ ଆଦର ମିଳିଲେ

  ବୃଦ୍ଧ ଶୀତ ଭୁଲି ଯାଏ।


ପୁଷ ମାଘେ ପଡେ ଶୀତର ଲହରୀ

  ହୁଏ ବୃଦ୍ଧଜନେ କାଳ

ଗୃହେ ଯଦି ଥାଏ ସେବା ଭକ୍ତି ଭାବ

  ବୃଦ୍ଧ ଭୁଲେ ଶୀତ କାଳ?


ବୃଦ୍ଧଜନ ସେବା ଗୃହର କର୍ତ୍ତବ୍ୟ

 ଥିବ ଯହିଁ ଭକ୍ତିଭାବ

ଶୀତ ନ ହେବେଟି କାଳ ବୃଦ୍ଧଙ୍କର

  ନ ଆସିବ ଶୀତ ଭାବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy