STORYMIRROR

Naliniprava Subudhi

Tragedy

4  

Naliniprava Subudhi

Tragedy

ଆ,ରେ ମିତ ଆଆ,ରେ ମିତ ଆ

ଆ,ରେ ମିତ ଆଆ,ରେ ମିତ ଆ

1 min
307


ମିତରେ ମିତ 

ତୁ, ମୋର ଜୀବନର

ବାସ୍ତବ ସତ୍ଯ। 


କେତେ ଆଶା ମନେଭରି 

ଦେଖିଥିଲି ସ୍ବପ୍ନ। 

ରୁକ୍ଷ ପାଷାଣ ମନକୁ

କରିବୁ ପ୍ରେମସିକ୍ତ। 


ସାଥୀ ହୋଇ ବାହିନେବା 

ପ୍ରେମର ତରଣୀ। 

ପର କରିଦେଲୁ ମତେ

ବାହିଲୁ ଉଜାଣୀ । 


ମନେ ଗୁଞ୍ଜରିତ ହୁଏ

ମଧୁମକ୍ଷିର ଗୁଞ୍ଜନ।

ସ୍ବାର୍ଥପର ହୋଇକଲୁ

ଅଭିଷ୍ଠ ପୂରଣ। 


ଆଶା କଳିକାରେ,ଫୁଟେ

ସଦ୍ଯସ୍ନାତ ପୁଷ୍ପ। 

ନିକ୍ଷେପିଲୁ ଧରାପୃଷ୍ଠେ

କରି ବୃନ୍ତଚ୍ଯୁତ। 


ସପନ ମୋ,ଭାଙ୍ଗି ଦେଲୁ

ଭାବି ପିଲାଖେଳ। 

କେମିତି ଭାବିଲୁ ମିତ

ପ୍ରେମଟା ପଙ୍କିଳ। 


ଭାବିବାକୁ ବେଳ ନାହିଁ

ଦିବା ଅବସାନ। 

ଗଡିଆସେ ଅମାରାତ୍ରି

ଅନ୍ଧକାରଚ୍ଛନ୍ନ । 


ସୁନେଲୀ ସୂରୁଜ ବୁଣେ

ଆଶାର କିରଣ। 

ବହୁଦୂରେ ଫେରିଗଲି 

ଭାଙ୍ଗିଗଲା ସ୍ବପ୍ନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy