STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଧନ ଧନ ବୋଲି

ଧନ ଧନ ବୋଲି

1 min
284



    ଧନ ଧନ ବୋଲି

    ହେଲୁ ତୁ ପାଗଳ

    ଶେଷେ ହେବୁ ତୁ ନିର୍ଦ୍ଧନ

    ଧନ ମାନ ଜ୍ଞାନ ସବୁ ହେବ ଶୂନ୍ୟ

    କର୍ମ ଟି ରଖିବ ତୋ ପରିଚୟ ଜାଣ

     କର୍ମ ଧର୍ମ ସବୁ ବୁଝ ଆରେ ଜନ ।

    

  ଧନ ରୋଜଗାର ଅଟେ କର୍ମ ତୋର

  ପାପ ପୁଣ୍ୟ କର୍ମ ତିଳେ ରେ ବିଚାର

   କର୍ମ ଅଟେ ନିଜ ପାଇଁ ଟି ଜାଣ

   ଧର୍ମ ଅଟେ ଅନ୍ୟ ପାଇଁ ଦାନ

  କାହାକୁ ହୀନ ନ ମଣ

   ପରୋପକାର ଯୋଡି ପର ଘର

   ଧର୍ମ ଅର୍ଜନ ତୁ କର

    ଯେତେ ଧନ ଦଉଲତ ଠୁଳ କର

    ସେ ସବୁ ତୁଚ୍ଛ ଅନିତ୍ୟ ଅସାର ।


    ଛାଡି ତୋର ମୋ'ର

     କର ପର ଉପକାର

   କର ହିତ ଜଗତର

   ସେହି ଏକା ଧର୍ମ ଜୀବନର ମର୍ମ

   ତୋ ଧନ ସମ୍ପଦ ତୋ ବିଳାସ ବ୍ୟସନ

    ଅଟେ ତୋ ପାଇଁ ତୋ ନିଜ କର୍ମ

     ଧନ ଧନ ବୋଲି ଯାହାକୁ କହୁଛୁ

    ସେ ଅଟେ ଦୁଃଖ ର କାରଣ ।


    ବିଷୟା ଲାଳସା

     ବିଷର କାରଣ

   ପରିବେଶ ବିଷେ ହୁଏ ପରିପୂର୍ଣ୍ଣ

    ଆଜି ଯାହା

ସୁଖ କାଲିକୁ ସେ ଦୁଃଖ

   ସଂସାର, ଦେଶ, ବିଶ୍ଵ ଓ ସମାଜ

    ଧନ ନ କରି ପାରେ ସବୁର ଗଠନ

   ତ୍ୟାଗପୂତ ମନ ନିର୍ମଳ ହୃଦୟର ଜ୍ଞାନ

    ସବୁକୁ ମଣଇ ହୀନ

   ଧନ ଧନ ଧନ ସବୁ ମାୟା ପରିପୂର୍ଣ୍ଣ

    କିଏ ଜାୟା କିଏ ଭଗିନୀ

   କିଏ ମାତା କିଏ କନ୍ୟା ଟି ପୁଣ ?


   ସବୁକୁ ଦେଇ ଲୟ ଧ୍ୟାନ

   କରୁଥାଅ ନିତି କର୍ମଟି ମାନ

   ଏଇଠି ପାପ ଏଇଠି ପୁଣ୍ୟ

   ଧନ ରୋଜଗାର ପଛେ ଧାଇଁ ଧାଇଁ

    ଜୀବନ ଯୌବନ ସବୁ ଗଲା ଆମ ଭାଇ

   କର୍ମ ଟି ମାନ କର ମହତ

    ସଦା ସର୍ବଦା ଝୁରିବ ଏ ଜଗତ

    ପର ହିତେ ଯେଉଁ କରିବ କର୍ମ

    ସେ କର୍ମ ଟି ପରା ଧର୍ମ ଟି ଜାଣ

   ନିଜ ସ୍ବାର୍ଥ ସହ

     ଜଗତର ସ୍ଵାର୍ଥେ ଦିଅ ଧ୍ୟାନ

    ଧନ ଧନ ବୋଲି ହୋଇ ତୁ ପାଗଳ

     କେବେ ସ୍ଵ ସ୍ଵାର୍ଥେ ରଖ ନାହିଁ ମନ

   ଆସିଛୁ ଲଙ୍ଗଳା ଯିବୁ ହୋଇ ଶୂନ୍ୟ

    ନିଜକୁ କରି ଶୂନ୍ୟ

      କର ଧର୍ମ ଘଡି ପୂର୍ଣ୍ଣ

    ତୁଟାଅ ମନୁ ହୃଦୁ 

      ମୋହ ମାୟାର ବନ୍ଧନ ।



Rate this content
Log in

Similar oriya poem from Abstract