Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Tragedy

4  

Pratima Satpathy

Tragedy

କ୍ରୋଧର ପରିବାର ଓ ତାର ପରିଣାମ

କ୍ରୋଧର ପରିବାର ଓ ତାର ପରିଣାମ

1 min
269



କ୍ରୋଧ ମନୁଷ୍ୟର ପରମ ଶତ୍ରୁ ଟି

     କରିଦିଏ ତାକୁ ନଷ୍ଟ

ପରିବାର ନେ଼ଇ କ୍ରୋଧ ଜନ୍ମ ହୁଏ

    ବଢ଼ିଗଲେ ଅସନ୍ତୁଷ୍ଟ ।

ମାଆ ନାମ ତାର ଅଟଇ ଉପେକ୍ଷା

   ବାପା ନାମ ଅଟେ ଭୟ 

ପୁଅ ନାମ ଶତ୍ରୁ ,ନିନ୍ଦା ଓ ଚୁଗୁଲୀ

    ଅଟନ୍ତି ତା ଦୁଇ ଝିଅ ।

କ୍ରୋଧର ଭଉଣି ନାମ ଅଟେ ଜିଦି

    ପତ୍ନୀର ନାମଟି ହିଂସା 

ବଡ ଭାଇ ନାମ ଅଟେ ଅହଙ୍କାର

    ବୋହୂର ନାମ ଟି ଈର୍ଷା ।

ନାତୁଣୀର ନାମ ଘୃଣା ଦେଇଅଛି 

     ରଖିଥାଏ ଯତ୍ନ କରି 

ଏମାନଙ୍କୁ ନେଇ କ୍ରୋଧ ସଂସାରରେ

    ରହିଥାଏ ଘରକରି ।

କ୍ରୋଧ ପ୍ରଭାବରେ ବୁଦ୍ଧିନାଶ ହୁଏ

   ବଢ଼ିଣ ଯାଏ ଅଜ୍ଞାନ

ବୁଦ୍ଧି ଜ୍ଞାନ ନଷ୍ଟ ହେଲେ ଯେ ମଣିଷ

   କରେ ଅନ୍ୟାୟ ଅଧର୍ମ ।

କ୍ରୋଧ ମନୁଷ୍ୟର ମାନସିକତାକୁ

    ଦୁର୍ବଳ ଯେ କରିଦିଏ

ମସ୍ତିଷ୍କର ନାଡ଼ି ମଣ୍ଡଳ, ରକ୍ତକୁ

   ଦୂଷିତ ଯେ କରିଦିଏ ।

ମନର କ୍ଷୋଭକୁ ତୀବ୍ର କରି ବାରେ

     ସାହାଯ୍ୟ କରଇ କ୍ରୋଧ

କ୍ରୋଧକୁ ମନରୁ ଦୂର କରିଦେଲେ

     ହୁଏ ଜଗତେ ପ୍ରସିଦ୍ଧ ।

ରାଗ ହିଂସା ବ୍ରହ୍ମ ଚଣ୍ଡାଳଯେ ଜାଣ

    ନ କରିଲା କାମ କରେ 

ବିଚାର ଜ୍ଞାନକୁ କରଇ ହରଣ

    ନୀଚ କରେ ସମାଜରେ ।

କ୍ରୋଧକୁ ବିନାଶ କରି ଦିଅ ବନ୍ଧୁ

   ମନରେ ନ ରଖି ଦ୍ଵନ୍ଦ

ଯେତେଦିନ ଯାଏଁ ବଞ୍ଚି ରହିଥିବ

   ପାଇବ ପରମାନନ୍ଦ ।


Rate this content
Log in

Similar oriya poem from Tragedy