କାକର କାହାଣୀ
କାକର କାହାଣୀ


ମାର୍ଗଶିର ମାସ ଆସୁଛି ଟି ପୌଷ
ଦେଖିଲି ଅପୂର୍ବ ଦୃଶ୍ୟ,
ସକଳ ଭ୍ରମଣ କରୁ ଥିଲି ମୁହିଁ
ଶୁଭିଲା ବୃଦ୍ଧର କାଶ।
ଶୁଣି ସେହୁ କାଶ ଗଲିଟି ଭିତରେ
ରଘୁ ବୃଦ୍ଧ କାଶୁ ଅଛି,
ଅତି ହିଁ ଗରିବ ତଳେ ଶୋଇ ଅଛି
ଅଙ୍ଗେ ବସ୍ତ୍ର ନାହିଁ କିଛି।
ଅଗ୍ନି ଜଳୁଅଛି ପାସରେ ତାହାର
ଛୋଟ ଛୁଆ ଖେଳୁଛନ୍ତି,
ରଘୁ ତାର ନାମ ଅତି ହିଁ ଗରିବ
କଷ୍ଟରେ ଗୃହ ଚଳାନ୍ତି।
ସରକାର ଠାରୁ ପାଇଛି କୋମ୍ବଳ
କାନ୍ଧରେ ସେହୁ ରହିଛି,
କାଶେଜରେ୍ଜରେ୍ ପତ୍ନୀ ଆଉଁସୁଛି
କାକର ମାଡି ଆସୁଛି।
ଶୋଇବାକୁ ନାହିଁ ସାଧନ ତାହାର
ତଳେ ସବୁ ଶୋଉଛନ୍ତି,
ମଜୁରୀ କରିଣ ଗୃହକୁ ପାଳନ୍ତି
କଷ୍ଟରେ ରହି ଅଛନ୍ତି।
ଭୟଙ୍କର ଶୀତ ଏହୁ ମାର୍ଗଶିରେ
ଆସୁଛି ପୁଣିତ ପୌଷ,
କିପରି ରହିବେ କାକର ତାଣ୍ଡବେ
ମନଟା ହେଲା ନିରାଶ।
ପ୍ରଭୁ ଜଗନ୍ନ
ାଥେ କରିଲି ସ୍ମରଣ
କହିଲା ହୃଦୟ ମୋର,
କିପରି ଟି ସୃଷ୍ଟି ପ୍ରଭୁ କୃପାସିନ୍ଧୁ
କାହିଁକି ଗରିବ କର।
ସେଜ୍ ଓ ପଲଙ୍କେ ଶୋଇଅଛି କେହୁ
କେହୁତ ଭୂମି ଉପରେ,
କାକରର ଚିନ୍ତା ନାହିଁ ଟି କାହାର
କାଶି କାଶି କେହୁ ମରେ।
ଗରମ ପୋଷାକେ ପରିଧାନ ହୋଇ
କେହୁବୁଲେ ଏଣେତେଣେ,
ଶୀତର ଚିନ୍ତାଟି ନାହିଁ ଟି ତାହାର
ଶୀତକୁ ଆନନ୍ଦ ମଣେ।
ପୋଷାକ ଅଭାବେ କାକର ଯନ୍ତ୍ରଣା
ରଘୁ ହିଁ ତାହା ଶିଖାଏ,
କିପରି ବ୍ୟତୀତ ଶୀତର ତାଣ୍ଡବେ
କାଶି କାଶି ଦିନ ଯାଏ।
ରଘୁ ଅବସ୍ଥାକୁ ଦେଖିଣ ସମ୍ମୁଖେ
ମନହେଲା ବିଚଳିତ,
ଘରୁ ଆଣି ଦେଲି ଗରମ ପୋଷାକ
ରଘୁ ହେଲା ପ୍ରଫୁଲ୍ଲିତ।
ଆଶିର୍ବାଦ ଦେଲା ହୋଇ ଆନନ୍ଦିତ
ମଙ୍ଗଳ ହେଉ ମୋହର
କହିଲା ଆଦରେ ହୋଇଣଖୁସିସେ
ରହୁ ସେବାଭାବ ତୋର।