STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ସରଳ ଭାଷା

ସରଳ ଭାଷା

1 min
320

ରଚନା କବିତା    ସରଳ ଭାଷାରେ

   କୌଣସି ବିଷୟ ନେଇ,

ବୁଝି ହୁଏ ଯହିଁ   କବିତା ଉଦ୍ଦେଶ୍ୟ

   କବିତା ରଚନା ନେଇ।


ଆଦରେ ପଢନ୍ତି   ଯୁବା ଓ ଯୁବତୀ

    କବିର କବିତା ଯହିଁ,

ପ୍ରେରଣା ଟି ଭାଇ   କବିର କବିତା

    କର୍ତ୍ତବ୍ୟମାର୍ଗଟି ତହିଁ।


ସରଳ ଭାଷାର   କବିତା ଗୁଞ୍ଜନ

    ଶୁଭୁ ଥାଏ ସମାଜରେ,

ଆଦରେ ଗ୍ରହଣ   କରନ୍ତି ଟି ଜନେ

    ହୋଇଣ ଅତି ଖୁସିରେ।


କଠିଣ ଶବ୍ଦରେ    କବିତା ରଚନା

    କଠିଣ ଟି ବୁଝିବାରେ,

ଜ୍ଞାନୀ ହିଁ ବୁଝନ୍ତି   କବିତାର ମର୍ମ

   ଜ୍ଞାନରେ ନିପୁଣ ଯାରେ।


ସରଳ ଭାଷା ଟି    ହୁଏଟି ଆଦର

   ବୁଝନ୍ତି ଅତି ସରଳେ,

ମର୍ମସ୍ପର୍ଶୀ ହୁଏ   ନୂଆ ଭାରତର

   ଏକତା କରେ ସରଳେ।


ରାଷ୍ଟ୍ରର ନିର୍ମାଣେ   କବିର କବିତା

    ଆତ୍ମନିର୍ଭରର ପାଇଁ,

ସରଳ ଭାଷାରେ କବିତା ଭାଇରେ

   ବିଶ୍ୱାସ ଆଣିବା ପାଇଁ।


ସମସ୍ତେ ବୁଝିବେ ଯେଉଁ ଶବ୍ଦ ଭାଇ

   କବିତା ଆମର ହେଉ,

ଜନେ ଶିକ୍ଷାଦେଉ ରାଷ୍ଟ୍ରର ନିର୍ମାଣେ

   କବିତା ସରଳ ହେଉ।


ଭୁଲଥିଲେ ଜ୍ଞାନୀ କ୍ଷମା କରିଦେବ

  ଝାଡ଼ଖଣ୍ଡ ରାଜ୍ୟେ ମୁହିଁ,

ଓଡ଼ିଆ ହୋଇ ମୁଁ ଓଡ଼ିଆ ଲେଖୁଛି

   ବିଚ୍ଛିନ୍ନା ଭୂମି ଟି ଯହିଁ।


ହେବ କିପରିଟି  ମାତୃଭାଷା ରକ୍ଷା

   ବିଚ୍ଛିନ୍ନା ଭୂମଟି ଯାର,

ଅବସ୍ଥା କିପରି   ଅଛିଟି ଆମର

   ନଜର ନପଡେ କାର।


ତା ପରେଟି ଭାଇ ଲେଖିବା ହିନ୍ଦୀରେ

   ରାଷ୍ଟ୍ର ଭାଷା ପରା ହିନ୍ଦୀ,

ସମ୍ମାନେ ତାହାର ଲେଖିବା କବିତା

    ଜୟ ହିନ୍ଦ ଜୟ ହିନ୍ଦୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy