Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Swain

Tragedy Classics Inspirational

4  

Goutam Swain

Tragedy Classics Inspirational

ଏତେ ଲୋଭ ମୋହ କାଇଁ ଦେଲ

ଏତେ ଲୋଭ ମୋହ କାଇଁ ଦେଲ

1 min
390


ପିଲାଟିଏ ଥିଲି ଭାରି ଭଲ ଥିଲି 

ଏତେ ବଡ ମୋତେ କାଇଁ କଲ ,

ହସି ଖେଳି ବୁଲି ଖୁସିରେ ମୁଁ ଥିଲି 

ସଂସାର ଜଞ୍ଜାଳ କାଇଁ ଦେଲ l 


ହରିଣ ପରି ମୁଁ ଡେଇଁ ବୁଲୁଥିଲି 

ପାଦରେ ମୋ ବେଡି କାଇଁ ଦେଲ ,

ନିଜ ଦେହ ଆଜି ବୋଝ ପରି ଲାଗେ

ଏତେ ରୋଗ ବ୍ୟାଧି କାଇଁ ଦେଲ l 


ଚାଳ ଛପର ମୋ ଭାରି ଭଲ ଥିଲା 

ମୁଣ୍ଡରେ ଛାତ ଟେ କାଇଁ ଦେଲ ,

ପାଣି ଫୋଟକାର ଜୀବନଟେ ଦେଇ

ବିଳାସବ୍ୟସନ କାଇଁ ଦେଲ l


ଜନ୍ମଭୂମି ମୋର କେତେ ଭଲ ଥିଲା

କରମଭୂମିଟେ କାଇଁ ଦେଲ ,

ସମ୍ପର୍କଠୁ ବଳି ପଇସା ଲାଗୁଛି 

ଏତେ ଲୋଭ ,ମୋହ କାଇଁ ଦେଲ l 


Rate this content
Log in

Similar oriya poem from Tragedy