STORYMIRROR

Chinmaya Kumar Nayak

Abstract Tragedy

4  

Chinmaya Kumar Nayak

Abstract Tragedy

ରକ୍ତରୁ ଲୁହ ପର୍ଯ୍ୟନ୍ତ

ରକ୍ତରୁ ଲୁହ ପର୍ଯ୍ୟନ୍ତ

1 min
227

ସେ ରକ୍ତ ବା କି ରକ୍ତ 

ଯାହା ଆଖିରୁ ନ ଝରେ ଲୋତକ ହୋଇ,

ସେ ଦୁଃଖ ବା କି ଦୁଃଖ 

ଯାହା ରକ୍ତକୁ ନ ଦିଏ ପାଣି ଫଟେଇ। 


ସେ ଲୁହ ବା କି ଲୁହ 

ଯାହା ଝରେନା ଦେଖି ଅପର ବେଦନା,

ସେ ହସ ବା କି ହସ 

ଯାହା ଅଣ୍ଟିରେ ରଖିଥାଏ ଛୁରୀ ଲୁଚାଇ। 


ସେ ଆଖି ବା କି ଆଖି 

ଯିଏ ଲୁଚାଇ ପାରେନା ଶୋକ ଯନ୍ତ୍ରଣା,

ସେ ମୁଖ ବା କି ମୁଖ 

ଯିଏ ମ୍ଲାନ ହୁଏ କ୍ଷୀଣ ଆଘାତ ପାଇ। 


ସେ ପଥ ବା କି ପଥ 

ଯହିଁ ମୋଡ଼ ଖାଲ ଢିପ ନଥାଏ କିଛି,

ସେ ରାତି ବା କି ରାତି 

ଯହିଁ ନିଦ ରୁଷେ ନାହିଁ କଳି ଲଗାଇ। 


ସେ ସୁଖ ବା କି ସୁଖ 

ଯାହା ଆସେନା ଦୁଃଖର ଚୌମାସ ପରେ,

ସେ ପ୍ରାଣ ବା କି ପ୍ରାଣ 

ଯାହା ବଞ୍ଚି ଥାଉ ଥାଉ ମରଇ ନାହିଁ। 


ସେ ଜନ୍ମ ବା କି ଜନ୍ମ 

ଯାହା ଖୋଜି ପାଇନାହିଁ କାରଣ ନିଜ,

ସେ ମୃତ୍ୟୁ ବା କି ମୃତ୍ୟୁ 

ଯାହା ଘଟିଲେ ଚହଳ ପକାଏ ନାହିଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract