STORYMIRROR

Niranjan Mishra

Tragedy

4  

Niranjan Mishra

Tragedy

ଗରିବର ଶୀତ

ଗରିବର ଶୀତ

1 min
361


ଖରା ଚାରିମାସ ବର୍ଷା ଚାରିମାସ

ଶୀତ ଚାରିମାସ ଆସେ ।

ଗରିବ ବାପୁଡା ଶୀତ ଦିନଟାରେ

କି କରିବ ଭାବି ବସେ  ।୧।


ପେଟକୁ ତ ଦାନା ନମିଳୁଛି ତାର

ପିନ୍ଧିବାକୁ ନାହିଁ କନା ।

ଶୀତ ଦିନଟାରେ କେତେ କଲବଲ

ହୁଏ ବାପୁଡା ଦେଖନା ।୨।


ଦେହ ଥର ଥର ଶୀତରେ ଥରୁଛି

କପଡା ନାହିଁ ପାଖରେ ।

କମ୍ବଳ ଗୋଟିଏ ମିଳିଲେ ରହନ୍ତା

ଘୋଡାଇ ହୋଇ ଶୀତରେ ।୩।


ଖାଇବାକୁ ଯାର ଦାନା ମୁଠେ ନାହିଁ

କମ୍ବଳ କାହୁଁ ପାଇବ ।

କେଉଁ ସ୍ବେଚ୍ଛାସେବୀ ନଜର ପଡିଲେ

ଦେଲେ ଅବା କିଏ ଦେବ ।୪।


କୁକୁର ଚେକାକୁ ବାନ୍ଧି ଶୋଇଥାଏ

ଗରିବ ବାପୁଡାଟିଏ  ।

ନାହିଁ ଘରଦ୍ବାର ସେ ରାସ୍ତାକଡର

ଦୀନ ହୀନ ଜୀବଟିଏ  ।୫।


କେଉଁ ଗରିବର ନାହିଁ ଶୀତଲୁଗା

ଯାହା ଖଣ୍ଡିଆ ମଣ୍ଡିଆ ।

ଛିଣ୍ଡା ମୁଣ୍ଡା ଲୁଗା ପାଇ ଘୋଡାଇଲା

ଦିହକୁ ତାହାର ଯାହା  ।୬।


ମସିଣା କି ଅନ୍ଯ ଯାହା ସେ ପାଇଲା

ସେଥିରେ ଦେହ ଢାଙ୍କିଲା।

କାଠିକୁଟା ଡାଳ ପତର ଗୋଟାଇ

ନିଆଁ ଜାଳି ସେକି ହେଲା ।୭।


ଚାହା ପିଇବାକୁ ହେଉଅଛି ମନ

ରକ୍ଷା ପାଆନ୍ତି ଶୀତରୁ ।

କ୍ଷୀର ଚିନି ନାହିଁ ନାଲି ଚାହା ପିଆ

ମନ ବଳୁନି ଜମାରୁ  ।୮।


ଗରିବ ଲୋକକୁ ଶୀତ ହେଲା କାଳ

ଭାବେ କେବେଯିବ ଶୀତ ।

ଶୀତରୁ ସେ ରକ୍ଷା ପାଇବ ଭାବୁଛି

କାଳେ ଚାଲିଯାଏ ଶୀତ ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy