STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ମାରୁତି ଲଙ୍କା ଗମନ

ମାରୁତି ଲଙ୍କା ଗମନ

1 min
260


ପ୍ରଭୁ କାର୍ଯ୍ୟେ ଯହିଁ ତତ୍ପର ମାରୁତି

  ଧରି ଭୟଙ୍କର ରୂପ,

ଆକାଶର ମାର୍ଗେ ବାୟୁ ଦ୍ରୁତ ବେଗେ

  ଦିଶେଟି ପ୍ରଚଣ୍ଡ ରୂପ।


ପହଞ୍ଚି ଲଙ୍କାରେ ରାମନାମ ଜପି

  ଧରି ମାୟାବିନୀ ରୂପ,

ଲଙ୍କା ଦେବୀଙ୍କର ଦର୍ପ ଚୂର୍ଣ୍ଣକଲେ

  ଧରି ଭୟଙ୍କର ରୂପ।


ଲଙ୍କାକୁ ଗମନ ସୀତାଙ୍କ ସନ୍ଧାନେ

  ଧରି କ୍ଷୁଦ୍ର କ୍ଷୁଦ୍ର ରୂପ,

ଘରେଘରେ ତହିଁ ଖୋଜିଲେ ମାରୁତି

  ଧରି ମାୟାବିନୀ ରୂପ।


ଶୁଣିଲେ ମାରୁତି ଦାନବଙ୍କ ମୁଖୁ

  ଅଶୋକବଣରେ ସୀତେ,

ରାବଣ ଆଣିଛି ଚୋରିକରି ତାଙ୍କୁ

  ବନ୍ଦିରେ ଅଛନ୍ତି ସୀତେ।


ପାଇଣ ଖବର ଖୁସି ହନୁମାନ

  ଅଶୋକ ବଣକୁ ଗଲା,

ଅସୁରୁଣୀ ମଧ୍ୟେ ସୀତେ ବସିଛନ୍ତି

  ଚକ୍ଷୁରେ ନିଜେ ଦେଖିଲା।


ଧନ୍ୟ ମନେକଲା ବୀରହନୁମାନ

  ଦେଖି ଲକ୍ଷ୍ମୀ ଠାକୁରାଣୀ,

ଦୁଇ ହସ୍ତ ଯୋଡି କଲା ପ୍ରଣିପାତ

   କଷ୍ଟରେ ପୀଡିତ ରାଣୀ।


ଅତ୍ୟନ୍ତ କଷ୍ଟରେ ଅଛନ୍ତିଟି ସୀତେ

    ଦେଖିଲାଟି ହନୁମାନ,

ଦୁଃଖିତ ଅପାର ହେଲାଟି ମାରୁତି

   ମନହେଲା ଛନଛନ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract