STORYMIRROR

Sanjya Tripathy

Romance

3  

Sanjya Tripathy

Romance

ପ୍ରୀତିଲଗ୍ନା

ପ୍ରୀତିଲଗ୍ନା

1 min
29


ବୟସର ବାସବଦତ୍ ପ୍ରୀତିପୁଷିତା ପ୍ରିୟା ମୋର

ଲୁହ ନେଇ ଆଣି ଦେବି ହସ ଜହ୍ନ ରାତି

ଏବେ ମୋ ଦୃଷ୍ଟିର ପରିସୀମାରେ ଧୂମ୍ରାଭ ଦିଗଂତ

ଘୁମଂତ ନୀଳିମା ଓ ଚକିତ ଚଂନ୍ଦ୍ର

ମୋର ଅଂତରାତ୍ମାରେ ମୁହୁର୍ମୁହୁ ସଂଘାତ

ଆବେଗ ଓ ସଂବେଗର-ସଂବେଦନ ଶୀଳତାର

ଆତ୍ମିକ ଅନୁଭୂତିର ନଂଦନକାନନରେ ପ୍ରସ୍ଫୁଟିତ ପାରିଜାତ

ରକ୍ତ ଗୋଲାପର ଗହ ଗହ ବାସ୍ନାରେ ଚିତ୍ରାୟିତା ତୁମେ

ସ୍ଵୟଂପ୍ରଭା ସୌଦର୍ଯ୍ୟରେ ଆଲୋଡିତ କରିଅଛ କବି ମନ

ରୂପର ରୋଷଣୀରେ ଧରାଶାୟୀ ହେଉଛି ସଂଦେହର କଳାବାଦଲ

ଅପସରି ଯାଉଛି ସମସ୍ତ ଭ୍ରମର ଚର୍ଯ୍ୟାଗୀତିକା

ଲେଖନୀମୁନ ବି ଅଟକି ଯାଏ ତୁମ ନୈସର୍ଗିକ ରୂପବର୍ଣ୍ଣନାରେ

ଶବ୍ଦର ସ୍ଵପନ୍ ଏଠି ସୁଦୁର ପରାହତ

ମଧୁଲୁବ୍‌ଧ ପତଂଗ ଝାପ ଦିଅଂତି ସେ ଜ୍ବଳଂତ ଅଗ୍ନିକୁଣ୍ଡକୁ

ଗଭୀର ମାନସ ମଂଥନ ଦିଏ ପୁଣି ଶବ୍ଦର ଇଂଡାର

କବି ସ୍ଵପ୍ନ ଦେଖେ ତା ପ୍ରୀତି ସୁରଭିତା ପ୍ରିୟାର

ଯିଏ ଉତ୍ତା ହୁଏ ଏକ ବାସଂତିକା କବିତାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance