STORYMIRROR

Bubun Biswal

Abstract Romance Others

3  

Bubun Biswal

Abstract Romance Others

ମୋ ଭଲ ପାଇବା

ମୋ ଭଲ ପାଇବା

1 min
48

ମୁଁ ମୋର ଚକ୍ଷୁ ଦ୍ୱୟକୁ ଭଲପାଏ

କାରଣ ତୁମର ପ୍ରତିଛବିକୁ ସେ ପ୍ରତିଟି ମୁହୂର୍ତ୍ତରେ ଦେଖେ,


ମୁଁ ମୋର କର୍ଣ୍ଣ ଦ୍ବୟକୁ ଭଲପାଏ

କାରଣ ପ୍ରତିଟି ସଙ୍ଗୀତରେ ସେ ତୁମକୁ ହିଁ ଶୁଣେ,


ମୁଁ ମୋର ନାସିକାକୁ ଭଲ ପାଏ

କାରଣ ସେ ପ୍ରତିଟି ନିଃଶ୍ୱାସ ତୁମରି ପାଇଁ ହିଁ ନିଏ,


ମୁଁ ମୋର ହୃଦୟକୁ ଭଲପାଏ

କାରଣ ତାର ପ୍ରତିଟି ସ୍ପନ୍ଦନରେ ତୁମେ ରୁହ,


ତୁମେ କୁହ


ମୁଁ ମୋର ଭାଗ୍ୟକୁ କେମିତି ଭଲପାଇ ପାରିବି?

ଯେଉଁଠାରେ କି ତୁମେ ହିଁ ନାହଁ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract