STORYMIRROR

Bubun Biswal

Others

3  

Bubun Biswal

Others

ତୁମ ପ୍ରେମରେ

ତୁମ ପ୍ରେମରେ

1 min
188

ଆଖି ବୁଜି ଦେଲେ ତୁମ ପ୍ରତିଛବି

ନାଚି ଯାଏ ଦୁଇ ନୟନେ,

ମନେପଡ ତୁମେ ପ୍ରତିଟି ମୁହୂର୍ତ୍ତେ

ଆସ ପୁଣି ନିତି ସପନେ ।

ଚୁପି ଚୁପି ଆସି ହୃଦୟ ସହରେ

ଯେବେଠୁ କରିଲ ଘର,

ଏ ପୃଥିବୀ ଲାଗେ ନୂଆଁ ନୂଆଁ ମତେ

ସୁନ୍ଦର ଠୁ ଅତି ସୁନ୍ଦର ।

ଏ କେମିତି ଋତୁ ଭଲ ପାଇବାର

ସୁମଧୁର ଲାଗେ ଜୀବନ,

ରହିଅଛ ତୁମେ ମୋ ଛାତି ଭିତରେ

ରହିଥିବ ସବୁ ଦିନ ।


Rate this content
Log in